ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ରେକର୍ଡ, ନିଜ କାର୍ଯ୍ୟକାଳରେ ସର୍ବାଧିକ ବିଚାରପତିଙ୍କୁ ଦେଲେ ନିଯୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତ କରି ରେକର୍ଡ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା । ଏକ ବର୍ଷରୁ ଅଧିକ କାର୍ୟ୍ୟକାଳ ମଧ୍ୟରେ ସେ ହାଇକୋର୍ଟରେ ୧୦୦ ରୁ ଅଧିକ ବିଚାରପତି ଏବଂ ସୁପ୍ରିମକୋର୍ଟରେ ପାଞ୍ଚରୁ ଅଧିକ ନିଯୁକ୍ତି ଦେଇଛନ୍ତି।ହାଇକୋର୍ଟରେ ବିଚାରପତିଙ୍କ ପଦବୀ ୪୧୧ ରୁ ୩୮୦ କୁ ହ୍ରାସ ପାଇଛି।

ସୂଚନା ଅନୁସାରେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ୨୪ ଏପ୍ରିଲ ୨୦୨୧ ରେ ଦାୟିତ୍ବ ନେଇଥିଲେ, ସେତେବେଳେ ଦେଶର ୨୪ ଟି ହାଇକୋର୍ଟରେ ୪୦% ରୁ ଅଧିକ (୪୧୧) ଖାଲି ପଦବୀ ରହିଥିଲା। ପାଟନା ହାଇକୋର୍ଟ ସମେତ କେତେକ ହାଇକୋର୍ଟ ଅଧାରୁ କମ୍ କ୍ଷମତା ସହିତ କାର୍ଯ୍ୟ କରୁଥିଲେ। କିନ୍ତୁ ଜଷ୍ଟିସ୍ ରାମନା ଦାୟିତ୍ବ ନେବାପରେ କଲେଜିୟମରେ ଏକ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା (ବିଚାରପତି ବାଛିବା ପାଇଁ ପାଞ୍ଚଜଣ ବରିଷ୍ଠ ବିଚାରପତିଙ୍କ ବୋର୍ଡ) ଏବଂ ବିଚାରପତିଙ୍କ ସୁପାରିଶକୁ ଗ୍ରହଣ କରାଯାଇଥିଲା।

Related Posts