ମନ୍ଦିର ଉତ୍ସବ ଶୋଭାଯାତ୍ରା ବେଳେ ବଡ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ମୃତ

ଚେନ୍ନାଇ: ଆଜି ସକାଳୁ ସକାଳୁ ତାମିଲନାଡୁ ତଞ୍ଜାଭୁରରେ ଘଟିଛି ଏକ ବଡ ଦୁଖଦ ଘଟଣା | ଖୁସିର ମାହୋଲ ରେ ଦୁଃଖର ଗହଣ ଲାଗିଯାଇଛି | ମନ୍ଦିର ଉତ୍ସବ ଶୋଭାଯାତ୍ରା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଶୋଭାଯାତ୍ରା ବେଳେ ହାଇଭୋଲଟେଜ୍ ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିଲା । ଯାହା ଫଳରେ ରଥ ସାରା କରେଣ୍ଟ ବ୍ୟାପି ଯାଇ ନିଆଁ ଲାଗିଯାଇଥିଲା ।

ସୂଚନାଯୋଗ୍ୟ ଯେ, ତଞ୍ଜାଭୁର ଜିଲ୍ଲାରେ ମନ୍ଦିର ଉତ୍ସବ ଚାଲିଥିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ରଥରେ ନିଆଁ ଲାଗିଯାଇଥିଲା । ଏଥିଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ୨ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଗୁରୁବାର ରାତିରେ ଭଗବାନ ଆୟପ୍ପାଙ୍କ ୯୪ତମ ମହୋତ୍ସବ ପାଳନ ହେଉଥିଲା । ଏଥି ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମହୋତ୍ସବରେ ସାମିଲ ଥିବା ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନ ଆୟପ୍ପାଙ୍କ ରଥ ଟାଣୁଥିଲେ । ଏହି ସମୟରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଏବଂ ଏହା ଲୋକଙ୍କ ଉପରେ ପଡ଼ିବାରୁ ଅଘଟଣ ଘଟିଥିଲା ।

ପୋଲିସ ଆଇଜି କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି । ୧୫ ଜଣ ଆହତ ହୋଇଛନ୍ତି । ସେ କହିଛନ୍ତି ଶୋଭାଯାତ୍ରା ବେଳେ ରଥ ହାଇଭୋଲଟେଜ୍ ଖୋଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି ।

Related Posts