ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନେ ‘ମହାପାପି’: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନକଲି ମଦ ମୃତ୍ୟୁ କୁ ନେଇ ମୁହଁ ଖୋଲିଛନ୍ତି। ଗତକାଲି ନୀତିଶ କୁମାର କହିଛନ୍ତି ଯେ, ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନେ ‘ମହାପାପି’। ଯେଉଁମାନେ ମଦ ପିଇ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଦାୟୀ ନୁହନ୍ତି କି ସେମାନଙ୍କ ପରିବାରକୁ କୌଣସି ପ୍ରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ନାହିଁ।

ଏଥିସହ ମହତ୍ମା ଗାନ୍ଧି ମଦ କୁ ବିରୋଧ କରୁଥିବା ବେଳେ, ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ମହାପାପି। ମଦ୍ୟମାନ କରୁଥିବା ବ୍ୟକ୍ତି ମୁଁ ଭାତୀୟ ବୋଲି ଗ୍ରହଣ କରେ ନାହିଁ। ମଦ୍ୟପାନ ସ୍ୱାସ୍ଥ୍ୟପ୍ରତି ହାନକାରକ ଜାଣି ମଧ୍ୟ ଲୋକେ ପିଉଛନ୍ତି। ଏହାର ପରିଣାମ ପାଇଁ ସେମାନେ ଦାୟୀ। ତାଙ୍କ ପାଇଁ ସରକାର ଦାୟୀ ନୁହନ୍ତି ବୋଲି ନୀତିଶ କୁମାର କହିଛନ୍ତି । ନକଲି ମଦ ବିଷାକ୍ତ ଜାଣି ସୁଦ୍ଧା ସେମାନେ ପିଉଛନ୍ତି। ଏହା ସେମାନଙ୍କର ଭୁଲ ବୋଲି ନୀତିଶ କୁମାର କହିଛନ୍ତି। ଗତକାଲି ବିଧାନ ସଭାରେ ଏମିତି ବିବୃତ୍ତି ରଖିଛନ୍ତି ନୀତିଶ କୁମାର। ମଦ୍ୟପାନ ନିଷିଦ୍ଧ ନେଇ ସଂଶୋଧନ ବିଲ ଗତକାଲି ବିହାର। ବିଧାନସଭାରେ ଆଗତ କରାଯାଇଥିଲା। ଏଥିରେ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି।

ଗତକାଲି ବିହାର ବିଧାନସଭାରେ ବିହାର ଅବକାରୀ ନିଷିଦ୍ଧ(ସଂଶୋଧନ) ବିଲ-୨୦୨୨ ଆଗତ କରାଯାଇଥିଲା। ଏହି ବିଲ ଗତକାଲି ବିଧାନସଭାରେ ପାରିତ ହୋଇଛି। ଏହି ନୂଆ ଆଇନ ଅନୁଯାୟୀ ମଦ ବିକ୍ରି ନେଇ ଦୋଷୀ ସାବ୍ୟସ୍ତ ହେଲେ ଅପରାଧୀଙ୍କୁ ମାସେ ଜେଲ ଦଣ୍ଡ ରହିଛି। ସୂଚନା ଅନୁଯାୟୀ ବିହାର ସରକାର ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରିଥିଲେ ମଧ୍ୟ ନିୟମିତ ଭାବେ ନକଲି ମଦ ମୃତ୍ୟୁ ଅଭିଯୋଗ କରି ଆସୁଛନ୍ତି | ଯାହା ଫଳରେ କଡା ସମାଲୋଚନାର ଶିକାର ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର |

Related Posts