ଚୁପ ରୁହ, ଯଦି ତୁମେ ପୁଣି ପ୍ରଶ୍ନ ପଚାରିବ ତମ ପାଇଁ ଭଲ ହେବ ନାହିଁ; ବର୍ଦ୍ଧିତ ତୈଳ ଦରକୁ ନେଇ ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇ ଏପରି କହିଲେ ରାମଦେବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ତୈଳ ଦର ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବର୍ଦ୍ଧିତ ତୈଳ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ହରିୟାନାର କର୍ନାଲଠାରେ ଆୟୋଜିତ ଏକ ଇଭେଣ୍ଟରେ ଜଣେ ଜର୍ନାଲିଷ୍ଟ ପତଞ୍ଜଳୀ ବ୍ରାଣ୍ଡ ଆମ୍ବାସାଡରଙ୍କ ଠାରୁ ବର୍ଦ୍ଧିତ ପେଟ୍ରୋ ଏବଂ ରନ୍ଧନ ଗ୍ୟାସ ଦର ଉପରେ ପ୍ରଶ୍ନ ପଚାରିଥିଲେ । ଏହା ପରେ ରାମଦେବ କହିଥିଲେ ଯେ, ହଁ ମୁଁ କହିଥିଲି । ତୁମେ କଣ କରିପାରିବ? ଏଭଳି ପ୍ରଶ୍ନ କର ନାହିଁ । ମୁଁ କଣ ତୁମ କଣ୍ଟ୍ରାକ୍ଟର, ଯିଏ ତୁମ ସବୁ ପ୍ରଶ୍ନର ଉତ୍ତର ଦେବ । ସେପଟେ ସାମ୍ବାଦିକ ଜଣଙ୍କ ପୁଣିଥରେ ପ୍ରଶ୍ନ କରିବାରୁ ରାମଦେବ ବିରକ୍ତ ହୋଇ କହିଥିଲେ ମୋର ଯାହା କରିବାର ଥିଲା କହିସାରିଛି ।

ଏବେ କଣ କରି ଦେବ । ଚୁପ ରୁହ । ଯଦି ତୁମେ ପୁଣି ପ୍ରଶ୍ନ କର, ତାହାଲେ ତୁମ ପାଇଁ ଭଲ ହେବ ନାହିଁ । ଏଭଳି କଥା ହୁଅ ନାହିଁ । ଯଦି କମ ଦରରେ ପେଟ୍ରୋଲ, ଡିଜେଲ ବିକ୍ରି କରାଯାଏ । ତେବେ ସରକାର ଟିକସ ପାଇବେ ନାହିଁ । ଟିକସ ନପାଇଲେ ଦେଶ କେମିତି ଚାଲିବ, ଦରମା କେଉଁ ଭଳି ଦିଆଯିବ । ବର୍ଦ୍ଧିିତ ଦର ହ୍ରାସ ପାଇବା ଉଚିତ । ଏଥିରେ ମୁଁ ଏକମତ । କିନ୍ତୁ ଲୋକଙ୍କୁ କଠିନ କାର୍ଯ୍ୟ କରିବାକୁ ପଡ଼ିବ । ଏପରି କି ମୁଁ ରାତିରେ ୪ଟାରେ ଉଙ୍ଖିବା ପରେ ରାତି ୧୦ ପର୍ଯ୍ୟନ୍ତ କାମ କରେ ବୋଲି ରାମଦେବ କହିଛନ୍ତି । ସେପଟେ ବର୍ତ୍ତମାନ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ଏନେଇ ଦେଶର ରାଜନୈତିକ ମାହୋଲ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts