ପୁରୀର ଜନୈକ ଡ୍ରଗ୍ ମାଫିଆ ଅନିରୁଦ୍ଧ ଜୟସିଂହରର ଏକ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ କଲା ପୋଲିସ

ପୁରୀ: ପୁରୀର ଜନୈକ ଡ୍ରଗ୍ ମାଫିଆ ଅନୁ ଓରଫ ଅନିରୁଦ୍ଧ ଜୟସିଂହରର ୧ କୋଟି ଟଙ୍କାର ସଂପତ୍ତି ଜବତ କରିଛି ପୁଲିସ୍। ଜବତ ହୋଇଥିବା ସମ୍ପତ୍ତି ହେଲା ଦୁଇଟି ଜେସିବି ଖନନକାରୀ, ଗୋଟିଏ କାର୍,ଗୋଟିଏ ଟ୍ରାକ୍ଟର, ସୁନା ଓ ରୂପା ଅଳଙ୍କାର, ଘରର ବିଭିନ୍ନ ସାମଗ୍ରୀ, ଗୋଟିଏ ହାର୍ଡୱେର୍ ଦୋକାନ ତଥା ସିମେଣ୍ଟ ଗୋଦାମ। ଏହାର ମୂଲ୍ୟ ଏକ କୋଟି ସତର ହଜାର ଦୁଇ ଶହ ଛଅସ୍ତରି ଟଙ୍କା ବୋଲି ଜଣାଯାଇଛି |

ବେଆଇନ କାରବାରରୁ ଅଭିଯୁକ୍ତ ଅନିରୁଦ୍ଧ ଜୟସିଂହ ଏବଂ ତାଙ୍କ ପରିବାର ଦ୍ୱାରା ଜମା ହୋଇଥିବା ଚିହ୍ନଟ କରାଯାଇଥିଲା। ବାସେଳି ସାହି ଥାନା ଅଧିକାରୀ ଅଭିଯୁକ୍ତ ଏବଂ ତାଙ୍କ ପରିବାରର ସମ୍ପତ୍ତି ଜବତ କରି ଫ୍ରିଜ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରି ୭ ତାରିଖରେ ବ୍ରାଉନ୍ ସୁଗାର କାରବାର ପାଇଁ ଅନିରୁଦ୍ଧ ଜୟସିଂହ ଏବଂ ଅନ୍ୟ ୪ ଜଣଙ୍କୁ ବାସେଳି ସାହି ଥାନା ପୁଲିସ ଧରିଥିଲା। ସେମାନଙ୍କଠାରୁ ୧୪୦ ଗ୍ରାମ ବ୍ରାଉନ୍ ସୁଗାର ଓ ଅନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଥିଲା। ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଶ୍ରୀକ୍ଷେତ୍ରଧାମ ପୁରୀ ରେ ବ୍ରାଉନ ସୁଗାର କାରବାର ଓ ମାଫିଙ୍କ ରାଜୁତି ବଢୁଥିବା ବେଳେ, ଯାହାକୁ ନେଇ ପୁରୀ ପୁଲିସ ପକ୍ଷରୁ ଆକ୍ସନ ନିଆଯାଇଛି | ଅନେକ ସ୍ଥାନରେ ଗୁପ୍ତଚରଙ୍କ ସହାୟତାରେ ପୋଲିସ ଚଢ଼ାଉ କରୁଛି | ପୁରୀ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୧ କିଲୋଗ୍ରାମ୍ ୩୯୨ଗ୍ରାମ ୬୧ ମିଲିଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି ଏବଂ ୨୧ ଜଣ ଅଭିଯୁକ୍ତଙ୍କୁ ପୁରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ |

Related Posts