ସ୍ବାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଡ଼ ଘୋଷଣା: ମିଳିବ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି

ପାଟନା : ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ ।ଏନେଇ ସମଗ୍ର ଦେଶରେ ଉତ୍ସବ ର ମାହୋଲ୍ । ତେବେ ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି।

ବାସ୍ତବରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ନୀତୀଶ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କରିଥିବା ଦାବିକୁ ମାନି ନେଇଛନ୍ତି।

ନୀତୀଶଙ୍କ ୧୦ ଲକ୍ଷ ସରକାରୀ ଚାକିରି ଘୋଷଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଖୁସି ବ୍ୟକ୍ତ କରିଛନ୍ତି। ଟୁଇଟ କରି ସେ ନୀତୀଶ କୁମାରଙ୍କୁ ଅଭିଭାବକ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।

ତେଜସ୍ବୀ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ୭୬ ତମ ସ୍ବାଧୀନତା ଦିବସ ଅବସରରେ ଅଭିଭାବକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାର ଗାନ୍ଧୀ ମୌଦାନରୁ ଐତିହାସିକ ଘୋଷଣା କରିଛନ୍ତି। ୧୦ ଲକ୍ଷ ସରକାରୀ ଚାକିରି ପରେ ଅନ୍ୟ ବ୍ୟବସ୍ଥାରେ ୧୦ ଲକ୍ଷ ଅତିରିକ୍ତ ଚାକିରି ମଧ୍ୟ ଦିଆଯିବ ବୋଲି ତେଜସ୍ବୀ କହିଛନ୍ତି।

Related Posts