ପାଟଣା: ମଦ ମାଫିଆଙ୍କୁ ସାବାଡ଼ କରିବା ପାଇଁ ବିହାର ସରକାର ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମଦ ମାଫିଆ ଙ୍କୁ ସାବାଡ଼ କରିବାକୁ ଯାଇ ନାଲି ଆଖି ସ୍ୱରୂପ ଜୋରିମାନା ଲଗାଇଛନ୍ତି | ସରକାର ପ୍ରଥମ ଥର ମଦ ପିଉଥିବା ଲୋକଙ୍କ ଉପରେ ୨ ହଜାର ଟଙ୍କା ଜରିମାନା ଲଗାଇବେ। ସେହିପିର ୨ୟ ଥର ମଦ ପିଇବା ସମୟରେ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ୨ୟ ଥର ମଦ ପିଉଥିବା ବ୍ୟକ୍ତିକୁ ୧ ବର୍ଷ ଜେଲଦଣ୍ଡ ମଧ୍ୟ ହୋଇପାରେ |

ବିଧାନସଭାର ବଜେଟ ଅଧିବେଶନରେ ମଦ ବନ୍ଦ ଆଇନ୍‌ରେ ସଂଶୋଧନ କରାଯିବା ପରେ ନୀତୀଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାତ୍ର ନିଷେଧ ଏବଂ ଉତ୍ପାଦ ସଂଶୋଧନ ବିଧେୟକ ୨୦୨୨ରେ ଏହା ଆଲୋଚନା ହୋଇ ନଥିଲା ଯେ, ଜରିମାନା କେତେ ଟଙ୍କା ହେବ। କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଯାଇଛି। ୨୦୨୨ରେ ନୂଆ ସଂଶୋଧନ ପରେ ଏବେ ଜରିମାନା ରାଶି ୨୦୦୦ ଟଙ୍କାରୁ ନେଇ ୫୦୦୦ ପର୍ଯ୍ୟନ୍ତ କରିଦିଆଯାଇଛି। ନୂଆ ଆଇନ ଅନୁସାରେ ଜଣେ ବ୍ୟକ୍ତି ଯଦି ପ୍ରଥମ ଥର ମଦ ପିଇବା ପରେ ଜରିମାନା ରାଶି ଦାଖଲ ନ କରୁଛି ତା’ହେଲେ ତାକୁ ୧ ମାସ ପାଇଁ ଜେଲ ହେବ।