ନିଜ ପଦରୁ ଇସ୍ତଫା ଦେବେ ବିହାର ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଏକ ଜାତୀୟ ଗଣମାଧ୍ଯମ ସୂତ୍ରରୁ ପ୍ରକାଶ ଯେ ଜଗଦାନନ୍ଦ ସିଂ ତାଙ୍କ ପୁଅ ତଥା ପୂର୍ବତନ କୃଷି ମନ୍ତ୍ରୀ ସୁଧାକର ସିଂଙ୍କ ପଥ ଅନୁସରଣ କରି ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ଆରଜେଡି ଜାତୀୟ ସଭାପତି ଲାଲୁ ଯାଦବଙ୍କ ନିକଟରେ ଦାଖଲ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଜଗଦାନନ୍ଦ ଏହି ପ୍ରସଙ୍ଗରେ ଖୋଲାଖୋଲି କିଛି କହି ନଥିବାବେଳେ। ମିଳିଥିବା ସୂଚନା ଅନୁଯାୟୀ ସେ ଆଜି ସନ୍ଧ୍ୟାରେ ସେ ପାଟନାରୁ ଦିଲ୍ଲୀ ଅଭିମୁଖେ ଯିବେ ଓ ଶୁକ୍ରବାର ଅପରାହ୍ନରେ ସେ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ଭେଟିବା ପରେ ନିଜର ଇସ୍ତଫା ପତ୍ର ଦେଇ ପାରନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ଦଳର ଜାତୀୟ ସମ୍ମିଳନୀ ପରେ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ସୂତ୍ରରୁ ସୂଚନା ମଧ୍ୟ ଆସୁଛି। ନିକଟରେ ଜଗଦାନନ୍ଦଙ୍କ ପୁଅ ତଥା ବିହାରର ପୂର୍ବତନ କୃଷି ମନ୍ତ୍ରୀ ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଜଗଦାନନ୍ଦ ସୁଧାକର ସିଂଙ୍କ ଇସ୍ତଫାକୁ ବଳିଦାନ ବୋଲି ବର୍ଣ୍ଣନା କରିଥିଲେ।

ତେବେ ବିହାରର କୃଷି ମନ୍ତ୍ରୀ ଥିବା ସମୟରେ ସୁଧାକର ସିଂ ଖୋଲା ଖୋଲି ଭାବରେ ନିଜ ସରକାରର ଦୁର୍ନୀତି ବିଷୟରେ ଏକ କାର୍ଯ୍ୟକ୍ରମରେ କହିଥିଲେ। ଏହାର କିଛି ଦିନ ପରେ ହଠାତ୍ ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Related Posts