
ବିଜେପୁର ପାଇଁ ବିଜେଡି ଉପରକୁ ସବୁ ଠିକ୍ଠାକ୍ ଦେଖାଯାଉଥିଲେ ବି ଭିତରେ କିଛି ଠିକ୍ ନାହିଁ । ଯେଉଁଥି ପାଇଁ ସୁବାସ ଚୌହାନ ଓ ରୋହିତ ପୂଜାରୀଙ୍କୁ ଥଇଥାନ କରାଗଲା । ଅର୍ଥାଥ ତାଙ୍କ ଆଡ଼ୁ ଥିଲା ବିପଦ । ଏବେ ପ୍ରଭାସ ସିଂହ ବିଜେପୁରରୁ ନିର୍ବାଚନ ଲଢ଼ିବା କଥା କହୁଛନ୍ତି । ତେବେ ପ୍ରଭାସ କ’ଣ ନିର୍ବାଚନ ଲଢ଼ିବା ଯୋଜନାରେ ରହିବେ ନା ଥଇଥାନ ଯୋଜନାକୁ ଯିବେ ? ନବୀନଙ୍କ ପାଇଁ ବିଜେପୁର ବିଜୟ ସହଜ ହେବନାହିଁ । 2014ରୁ 2019 ଯାଏ ବିଜେଡିର ବରଗଡ଼ ଲୋକସଭା ସାଂସଦ ଥିବା ପ୍ରଭାସ ଏବେ ବିଜେପୁର ପାଇଁ ଆଶାୟୀ ଥିବା କହିବା ଆମର ପୂର୍ବ ରିପୋର୍ଟକୁ ସତ୍ୟ ପ୍ରମାଣିତ କରୁଛି । ପୂର୍ବରୁ ସତ୍ୟପାଠ ଜରିଆରେ ଆମେ ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା ରିପୋର୍ଟରେ ପ୍ରକାଶ କରିଥିଲୁ । ଯାହା ଆଜିର ପ୍ରଭାସ ସିଂହଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ଦଳ ପାଇଁ ଦୀର୍ଘ ଦିନ ଧରି କାମ କରିଥିବାରୁ ବିଜେପୁର ପାଇଁ ଆଶାୟୀ ଥିବା ସେ କହିଛନ୍ତି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଥିବା ପ୍ରଭାସ କହିଛନ୍ତି । ଯାହା ଉଭୟ ବିଜେଡି ଓ ରୀତା ସାହୁଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ସନ୍ତୁଷ୍ଟ କରିବାକୁ ଯାଇ ପ୍ରଭାସଙ୍କୁ ନବୀନ କିଛି ବଡ଼ ପଦବୀ ଦେବ କି ?
ସୁବାସ ଚୌହାନ, ରୋହିତ ପୂଜାରରୀଙ୍କୁ ବଡ଼ ପଦବୀ ମିଳିବା ପରେ ଜାଣିଶୁଣି ପ୍ରଭାସ ଏଭଳି ପ୍ରତିକ୍ରିୟା ଦେଉନାହାନ୍ତି ତ ?
ପ୍ରଭାସଙ୍କ ଭଳି ବିଜେଡିର ଆଉ କେଉଁ ନେତା ଟଇକେଟ୍ ଆଶାୟୀ ନାହାନ୍ତି ତ ?
ନା ରୀତାଙ୍କ ବଦଳରେ ପ୍ରଭାସ ସିଂହଙ୍କୁ ବିଜେପୁରରୁ ପ୍ରାର୍ଥୀ କରିବେ ନବୀନ ?
ଯଦି ଏଭଳି ହୁଏ ପ୍ରଭାସ ସିଂହଙ୍କୁ ବିରୋଧ କରିବେ ନାହିଁ ତ ରୀତା ଗ୍ୟାଙ୍ଗ୍ ?
ଯଦି ବିଜେଡିରେ ଏଭଳି ଚାଲେ ତେବେ ନବୀନ କେତେ ନେତାଙ୍କୁ ସନ୍ତୁଷ୍ଟ କରିବେ । ତେବେ ଯାହା ବି ହେଉ ଏବେ ବିଜେଡିର ବିଜେପୁର ଦଖଲ ଏତେ ସହଜ ହେବନାହିଁ ।