ଭିଜିଲାନ୍ସ ପଞ୍ଝାରେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ପାତ୍ରଙ୍କ ପାଟଣାଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ।  ଆଜି ସକାଳେ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ କିଶୋରଙ୍କ ଘରେ ପ୍ରଥମେ ଚଢ଼ାଉ କରିଥିଲା । ଏହା ସହ ତାଙ୍କ ଭାଇଙ୍କୁ ଭିଜିଲାନ୍ସ ତଦନ୍ତ ପରିସରକୁ ଆଣିଥିବା କୁହାଯାଉଛି । ଏକକାଳିନୀ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ କେତେ ପରିମାଣର ନଗଦ ଟଙ୍କା ଓ କିମ୍ବା ସମ୍ପତ୍ତି ଠାବ କରାଯାଇଛି କି ନାହିଁ ତାହା ଜଣାପଡ଼ିନାହିଁ ।

Related Posts