ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଓଡିଶାରେ ପ୍ରବେଶ କଲା ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରଲରରେ ଲଦା ହୋଇ ଆସିଛି ଏହି ଡାକୋଟା ବିମାନ। କଲିକତାର ସୁଭାସ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ବିଜୁବାବୁଙ୍କ ଡାକୋଟା ବିମାନକୁ ବିଭିନ୍ନ ଅଂଶକୁ ଖୋଲା ଯାଇ ଓଡିଶା ଅଣାଯାଇଛି । ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ଦେଇ ଓଡ଼ିଶା ସୀମାରେ ପ୍ରବେଶ କରିଛି । ଗତକାଲି କୋଲକାତାରୁ ଓଡ଼ିଶା ଅଭିମୁଖେ ବାହାରିଥିଲା ଡାକୋଟା ବିମାନ ।ବୁଧବାର ଏହା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ।

ତେବେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯିବ। ବହୁଚର୍ଚ୍ଚିତ ଡାକୋଟା ଏୟାର କ୍ରାଫ୍ଟ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସୁଛି । ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ । ଏଣୁ ଡାକୋଟା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା ।

ଡାକୋଟା ବିଭିନ୍ନ ଅଂଶକୁ ଦୁଇଟି ଲରିରେ ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର ମାନେ । ଏଆରର୍ଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ଏହି ଡାକୋଟା ବିମାନରେ ୧୯୪୭ମସିହାରେ ଇଣ୍ଡୋ ନେସିଆର ପ୍ରଧାନ ମନ୍ତ୍ରୀ ସୁତାନ ସଜହରୀଙ୍କୁ ଉଦ୍ଧାର କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।