ବିଲକିସ ବାନୋ ଗଣ ବଳାତ୍କାର ମାମଲା: ପୁନର୍ବିଚାର କରିବାକୁ ଆବେଦନ

ନୂଆଦିଲ୍ଲୀ : ଗଣ ବଳାତ୍କାର ମାମଲାର ଶିକାର ହୋଇଥିବା ବିଲକିସ ବାନୋ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଛନ୍ତି। ନିକଟରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଆବେଦନର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି । ସେ ମେ ୧୩ ଆଦେଶର ପୁନର୍ବିଚାର କରିବାକୁ ଚାହୁଁଛନ୍ତି। ଏହି ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣ ବଳାତ୍କାର ଦୋଷୀଙ୍କୁ ଖଲାସ କରିବା ମାମଲାରେ ୧୯୯୨ ରେ ଲାଗୁ ହୋଇଥିବା ନିୟମ ପ୍ରଯୁଜ୍ୟ ହେବ। ଏହି ଆଧାରରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି।

ବୁଧବାର ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖାଯାଇଛି। ସମୀକ୍ଷା ଆବେଦନକୁ ସମାନ ବେଞ୍ଚରେ ରଖାଯିବା ନେଇ ସେ ବିଚାର କରିବେ ବୋଲି କହିଛନ୍ତି।

ଏହାପୂର୍ବରୁ ମେ ୧୩ ରେ ସୁପ୍ରିମକୋର୍ଟ ଜଣେ ଦୋଷୀଙ୍କର ଆବେଦନ ଶୁଣାଣି କରି କହିଥିଲେ ଯେ ଏହି ଦଣ୍ଡ ୨୦୦୮ ରେ ପ୍ରଦାନ କରାଯାଇଛି ତେଣୁ ଗୁଜରାଟରେ ମୁକ୍ତ ହେବା ପାଇଁ ୨୦୧୪ରେ ଲାଗୁ ହୋଇଥିବା କଡା ନିୟମ ଲାଗୁ ହେବ ନାହିଁ। ବରଂ ୧୯୯୨ ନିୟମ ଲାଗୁ ହେବ। ଏହି ଆଧାରରେ ଗୁଜରାଟ ସରକାର ୧୪ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଲୋକଙ୍କୁ ମୁକ୍ତ କରିଥିଲେ। ବର୍ତ୍ତମାନ ବିଲକିସ ବାନୋ ମେ ୧୩ ଆଦେଶର ପୁନର୍ବିଚାର କରିବାକୁ ଦାବି କରୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମହାରାଷ୍ଟ୍ରରେ ଏହି ମାମଲା ଆରମ୍ଭ ହୋଇଥିଲା ସେତେବେଳେ ଗୁଜରାଟର ନୁହେଁ ସେଠାକାର ନିୟମ ଲାଗୁ ହେବ।

ଏହାପୂର୍ବରୁ ବିଲକିସ ବାନୋ କହିଥିଲେ ଯେ ତାଙ୍କ ସହ ଏବଂ ତାଙ୍କ ପରିବାରର ୭ ଜଣଙ୍କ ସହ ଜଡ଼ିତ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ଦ୍ୱାରା ନ୍ୟାୟ ପ୍ରତି ଥିବା ତାଙ୍କର ବିଶ୍ୱାସ ଭାଙ୍ଗି ଯାଇଛି। ଗଣବଳାତ୍କାର ଏବଂ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ଖଲାସ ହୋଇଥିବା ଦୋଷୀଙ୍କ ବିରୋଧରେ ବିଲକିସ ବାନୋ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

Related Posts