ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ଏକ ବଡ ଚୋରିର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୋନମ କପୁର | ତାଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି | ସୋନମ ଏବଂ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ଘରେ କୋଟି କୋଟି ଟଙ୍କା ଚୋରି ହୋଇଥିବା ନେଇ କୁହାଯାଉଛି। ଆନନ୍ଦଙ୍କ ଜେଜେମା ସରଲା ଅହୁଜା ତୁଗଲାକ୍ ରୋଡ୍ ପୋଲିସ୍ ନିକଟରେ ଅଭିଯୋଗ କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଫେବୃଆରୀରେ ସୋନମଙ୍କ ଶାଶୁ ଘରେ ଘଟିଥିଲା। ସୋନମଙ୍କ ଶାଶୁ ସରଲାଙ୍କ ମ୍ୟାନେଜର ରିତେଶ ଗୌରା ନିଜେ ଫେବୃଆରୀ ୨୩ରେ ଦିଲ୍ଲୀର ତୁଗଲକ ରୋଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଘରର ଆଲମିରାରୁ ୧.୪୧ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଚୋରି ହୋଇଛି। ସରଲା ଆହୁଜା ପ୍ରାୟ ଦୁଇ ବର୍ଷ ପରେ ଫେବୃଆରୀ ୧୧ରେ ତାଙ୍କ ଆଲମାରୀରେ ଥିବା ଅଳଙ୍କାର ଯାଞ୍ଚ କରିଥିଲେ। ତା’ପରେ ସେ ଜାଣିବାକୁ ପାଇଲେ ଯେ ସମସ୍ତ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ତାଙ୍କ ଆଲମାରୀରେ ନାହିଁ । ଏହା ପରେ ସେ ଫେବୃଆରୀ ୨୩ରେ ଥାନକୁ ଯାଇ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି | ଘରର ୨୫ ଜଣ ଚାକର, ୯ଜଣ ଯତ୍ନ ନେଉଥିବା ବ୍ୟକ୍ତି, ଡ୍ରାଇଭର ଏବଂ ବଗିଚାର ମାଳି ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଜଣାପଡିଛି |

Related Posts