ଭୁବନେଶ୍ୱର: କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ବିତୀୟ ପତ୍ନୀ ଗିରଫ । ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ପୂର୍ବରୁ କଳ୍ପନାଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଥିଲା ।
ସୂଚନାଯୋଗ୍ୟ, କ୍ଷୁଦ୍ର ଜଳସେତଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ | ଆୟବହିର୍ଭୁତ ସମ୍ପତି ଠୁଳ ନେଇ ଭିଜାଲାନ୍ସ ପକ୍ଷରୁ ଚଢ଼ାଉ ବେଳେ, ପଦାକୁ ଆସିଥିଲା କୁବେର ଅଧିକାରୀଙ୍କ ସମ୍ପତି ତାଲିକା | ଏନେଇ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ଏବେ ତାଙ୍କ ସବୁ କଳାଧନ ଉପରୁ ପରଦା ଉଠୁଛି | ଏତେ ସମ୍ପତି ସେ ରଖିଛନ୍ତି ଯେ ଯାହାକୁ ଗଣି ଗଣି ନୟାନ୍ତ ହୋଇପଡିଲାଣି ଭିଜିଲାନ୍ସ | ଓଡିଶା ଭିଜିଲାନ୍ସ ଇତିହାସରେ ଏହା ପ୍ରଥମ ଘଟଣା | ପ୍ରଥମ ୪ କୋଟି ରୁ ଉର୍ଧ ନଗଦ ଟଙ୍କା ଜବତ ହୋଇଥିବା ବେଳେ, ଏବେ ପୁଣି ଜବତ ହେଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା । କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ସାଲିଆସାହି ସ୍ଥିତ ଘରୁ ଟଙ୍କା ଜବତ କଲା ଭିଜିଲାନ୍ସ । ତଦନ୍ତ ବେଳେ ଭଉଣୀ ଘରେ ଟଙ୍କା ଥିବା ମାନିଥିଲେ କଳ୍ପନା । ବର୍ତ୍ତମାନ ସୁଦ୍ଧା ସହକାରୀ ଯନ୍ତ୍ରୀଙ୍କର ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ ।
ଶୁକ୍ରବାର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କୁ ଗିରଫ ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଅନ୍ୟପଟେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ଜବତ ହୋଇଥିଲା ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା। ଭିଜିଲାନ୍ସ ଇତିହାସରେ ପୂର୍ବରୁ କେବେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇନଥିଲା। ତାଙ୍କର ଜବତ ସଂପତ୍ତିର ପରିମାଣ ୪ କୋଟି ୭୬ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ଜବତ ସଂପତ୍ତି ଭିତରେ ନଗଦ ଟଙ୍କା ସହିତ ସୁନା ଗହଣା, ଏକାଧିକ ଘର ଓ ପ୍ଲଟ୍ ସାମିଲ ଅଛି। ତେବେ ତାଙ୍କର ଏତିକି ସମ୍ପତ୍ତି ଅଛି । ନା ଆଗକୁ ଆହୁରି ଅନେକ ଗୁପ୍ତ ତଥ୍ୟର ସୂଚନା ମିଳିବ ବୋଲି କହିଥିଲା ଭିଜିଲାନ୍ସ । ସେନେଇ ଅଧିକ ଖୋଲତାଡ଼ କରୁଛି କ୍ରାଇମ୍ବ୍ରାଞ୍ଚ । ଏହି ଘଟଣା ପଦାକୁ ଆସିବା ପରେ ଏବେ ଚାରିଆଡେ ଜୋର ଧରିଛି ଚର୍ଚା |