ବିରଞ୍ଚି ସାହୁଙ୍କ ପତ୍ନୀ ସୁଧାଂଶୁବାଳାଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ

hc

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି । ଏହା ସହ ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖି ହାଇକୋର୍ଟ ତାଙ୍କ ପତ୍ନୀ ସୁଧାଂଶୁବାଳା ସାହୁଙ୍କୁ ଜାମିନ ପ୍ରଦାନ କରିଥିବାର ସୂଚନା ମିଳିଛି । ତେବେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ୍ କର୍ମଚାରୀ ବିରଞ୍ଚି ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ ବିରଞ୍ଚିଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ପାଇଁ ପତ୍ନୀ ଓ ସଢୁଙ୍କ ସହାୟତା ରହିଥିଲା ବୋଲି ଅଭିଯୋଗ ଆସିଥିଲା ।

ଏବଂ ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ନିଜର ଗିରଫଦାରୀକୁ ଏଡାଇବା ପାଇଁ ତାଙ୍କ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପରିପକ୍ଷେ OSSCରୁ ବିଦା ହୋଇଥିବା ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ ସହ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା ।

କେବଳ ଏତିକି ନୁହେଁ ବରଂ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର ଥିବାର ମଧ୍ୟ ଜଣାପଡିଥିଲା । ଏହା ସହ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଥିବାବେଳେ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

Related Posts