ଓଡ଼ିଶାରେ ପହଞ୍ଚିଲେ ପୁରୁଷ ଓ ମହିଳା ହକି ଟିମ୍‌, ବିମାନନ୍ଦରରେ ସମ୍ବର୍ଦ୍ଧିତ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ାସଚିବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳ ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ାସଚିବ ସମ୍ବର୍ଦ୍ଧିତ କରି ସ୍ବାଗତ କରିଛନ୍ତି। ସେଠାରୁ ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ନିଆଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ପ୍ରୋସେସନରେ ତାଙ୍କୁ ହୋଟେଲକୁ ନିଆଯାଇ ଥିଲା। ମାଦଳ ଠାରୁ ଆରମ୍ଭ କରି ଘୋଡ଼ା ବାଘ ଭାଲୁ ନାଚରେ ତାଙ୍କୁ ସ୍ୱାଗତ କରାଯାଇଛି। 

ସୂଚନାଯୋଗ୍ୟ, ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଓ ମହିଳା ହକି ଦଳ ଭଲ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ମଙ୍ଗଳବାର ଦିନ ଭାରତର ଉଭୟ ପୁରୁଷ ଓ ମହିଳା ହକି ଟିମର ଖେଳାଳି ଭୁବନେଶ୍ବରର ବିମାନବନ୍ଦରରେ ଆଜି ଦିନ ୧୧ଟାରେ ପହଞ୍ଚିଛନ୍ତି। ହକି ଟିମଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପୁରୁଷ ଓ ମହିଳା ହକି ଟିମର‌‌ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଖେଳାଳିମାନଙ୍କ ପାଇଁ ହୋଟେଲ ସ୍ୟାଣ୍ଡି ଟାୱାରରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ମନ ଜିଣିଛି ହକି ଟିମ୍। ପୁରୁଷ ଟିମ୍ ବ୍ରୋଞ୍ଜ ମେଡାଲ୍ ପାଇଥିବା ବେଳେ ମହିଳା ଟିମ୍ ଭଲ ପ୍ରଦର୍ଶନ କରିଛି।

Related Posts