ଅନ୍ୟ ରାଜ୍ୟ ଅପେକ୍ଷା ଏହି ରାଜ୍ୟମାନଙ୍କରେ ଓଲା ଇଲେକ୍ଟ୍ରିକ ସ୍କୁଟର ୨୦ ହଜାର ଟଙ୍କା କମରେ ମିଳିବ

ola scoter

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତୀୟ ମାକେର୍ଟକୁ ଆସିଲା ଓଲା ଇଲେକ୍ଟ୍ରିକ ସ୍କୁଟର । ତେବେ ଭରତୀୟ ମାର୍କେଟରେ ଓଲା ଇଲେକ୍ଟ୍ରିକ ନିଜର ବହୁପ୍ରତୀକ୍ଷିତ ଇଲେକ୍ଟ୍ରିକ ସ୍କୁଟର ଏସ-୧ ଓ ଏସ-୧ ପ୍ରୋ ଲଞ୍ଚ୍ କରିଛି । ଏସ-୧ର ମୂଲ୍ୟ ୯୯,୯୯୯ ଟଙ୍କା ଓ ଏସ-୧ ପ୍ରୋର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି । ହେଲେ କିଛି ରାଜ୍ୟ ମାନଙ୍କରେ ଏହାର ମୂଲ୍ୟ କମ ରହିଛି ବୋଲି ସୂଚନା ମିଳିଛି । ତେବେ ଏହି ସ୍କୁଟର ମୂଲ୍ୟରେ ରାଜ୍ୟ ସରକାର ଦେଇଥିବା ସବସିଡି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଗୁଜୁରାଟରେ ଏହି ସ୍କୁଟରର ମୂଲ୍ୟ ସର୍ବନିମ୍ନ ରହିଛି । ଗୁଜୁରାଟରେ ଏସ-୧ର ମୂଲ୍ୟ ୭୯,୯୯୯ଟଙ୍କା, ଏସ-୧ ପ୍ରୋର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିବ । ଦିଲ୍ଲୀରେ ଏସ-୧ ଓ ଏସ-୧ ପ୍ରୋ ଯଥାକ୍ରମେ ୮୫,୦୯୯ଟଙ୍କା ଓ ୧,୧୦,୪୯୯ ଟଙ୍କା ରହିବ ।

ମହାରାଷ୍ଟ୍ରରେ ଏସ-୧ ଓ ଏସ-୧ ପ୍ରୋର ମୂଲ୍ୟ ଯଥାକ୍ରମେ ୯୪,୯୯୯ ଟଙ୍କା ଓ ୧,୨୪,୯୯୯ ଟଙ୍କା ରହିବ । ଅପରିପକ୍ଷେ ଅନେକ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ପାଇଁ ନିଜସ୍ୱ ସବସିଡି ଘୋଷଣା କରିଛନ୍ତି। ସମ୍ପୃକ୍ତ ରାଜ୍ୟଗୁଡ଼ିକର ସବସିଡି ସୁବିଧା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା FAME-II ଯୋଜନା ଲାଗୁ କରିବା ପରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ଅଧିକ ସୁଲଭ ହୋଇଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ଓଲା ଇ-ସ୍କୁଟର ଭାରତର ୧୦୦୦ ସହରରେ ଉପଲବ୍ଧ ହେବ । ମସ୍ତ ଓଲା ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ଗ୍ରାହକଙ୍କ ଘରେ ପହଂଚାଯିବ । ଦକ୍ଷତା, ରେଞ୍ଜ୍, ବେଗ ଏବଂ ରଙ୍ଗ ଦୃଷ୍ଟିରୁ ଉଭୟ ମଡେଲ ମଧ୍ୟରେ ଫରକ ରହିବ । ଓଲା ଏସ-୧ ପାଞ୍ଚଟି ରଙ୍ଗରେ ଉପଲବ୍ଧ ଥିବାବେଳେ ଏସ-୧ ପ୍ରୋ ଦଶଟି ରଂଗରେ ଉପଲବ୍ଧ ହେବ ।

ଏସ-୧ ପ୍ରୋରେ ଭଏସ୍ କଣ୍ଟ୍ରୋଲ୍, ହିଲ୍ ହୋଲ୍ଡ ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ପରି ଅତିରିକ୍ତ ଫିଚର ମଧ୍ୟ ରହିଛି । ଓଲା ଏସ-୧ ଘଣ୍ଟାପ୍ରତି ୯୦ କିଲୋମିଟର ସର୍ବୋଚ୍ଚ ବେଗ ଓ ଥରେ ଚାର୍ଜ କଲେ ୧୨୧ କିଲୋମିଟର ଯାଇପାରିବ । ଏହାର ଦୁଇଟି ରାଇଡିଂ ମୋଡ୍ ରହିଛି – ସାଧାରଣ ଓ ସ୍ପୋର୍ଟସ । ଓଲା ଏସ-୧ ପ୍ରୋ ଘଣ୍ଟାପ୍ରତି ୧୧୫ କିଲୋମିଟର ସର୍ବୋଚ୍ଚ ବେଗ ଓ ଥରେ ଚାର୍ଜ କଲେ ୧୮୧ କିଲୋମିଟର ଯାଇପାରିବ ।

Related Posts