କେବିକେ ଯୋଜନାରେ କେନ୍ଦ୍ରର ଅନୁଦାନ ବନ୍ଦକୁ ନେଇ ଗୃହରେ ଉଦବେଗ

ରାଜ୍ୟରେ କେବିକେ ଜିଲ୍ଲାକୁ କେନ୍ଦ୍ର ସରକାର ଆର୍ଥିକ ଅନୁଦାବ ବନ୍ଦ କରିବା ନେଇ ଗୁରୁବାର ଗୃହରେ ଉଦବେଗ ପ୍ରକାଶ ପାଇଛି । କାହିଁକି କେନ୍ଦ୍ର ସରକାରଙ୍କ ଅନୁଦାନ ବନ୍ଦ କରିଛନ୍ତି ବୋଲି କଂଗ୍ରେସ ସରକାରଙ୍କୁ ଘେରିଛି । ୨୦୧୭-୧୮ ଆର୍ଥିକ ବର୍ଷରୁ କେନ୍ଦ୍ର କେବିକେ ଯୋଜନାରେ ରାଜ୍ୟକୁ ଅନୁଦାନ ଦେବା ବନ୍ଦ କରି ଦେଇଥିବା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଉତ୍ତର ରଖିଛନ୍ତି ।

କେବିକେ ଯୋଜନାରେ ସମୁଦାୟ ୩୩୪୩.୯୫ କୋଟି ଟଙ୍କା ଅନୁଦାନ ଆସିଥିଲା । ସେଥିରୁ ୩୨୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାକି ୫୪ କୋଟି ଟଙ୍କା ଖର୍ଚ୍ଚ ଚାଲିଛି । କେବିକେ ଯୋଜନା ବନ୍ଦ ହେବା ପରେ ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଢେଇ ଶହ କୋଟି ଟଙ୍କା ଦିଆଯାଇଛି ।

Related Posts