ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱ ଭୂଷଣ ହରିଚନ୍ଦନ

ସତ୍ୟପାଠ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ଓ ଛତିଶଗଡ ରାଜ୍ୟପାଳ ଭାବେ ସୁଶ୍ରୀ ଅନୁସୂୟା ୱିକେଙ୍କୁ ମିଳିଛି ନିଯୁକ୍ତି ।

ଓଡିଶା ବିଜେପିର ଏହି ବରିଷ୍ଠ ନେତା ଚିଲିକାରୁ ୨ଥର ଓ ଭୁବନେଶ୍ୱରରୁ ୩ଥର ବିଧାୟକ ହୋଇଛନ୍ତି । ଏପରିକି ବିଜେଡି-ବିଜେପି ମେଣ୍ଟ ସରକାରରେ ବିଶ୍ୱଭୂଷଣ ହରିଚନ୍ଦନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ସେ ପ୍ରତ୍ୟେକ୍ଷ ନିର୍ବାଚନରେ ଭାଗ ନନେଇ ଦଳ ପାଇଁ ପ୍ରଚାର କରୁଥିଲେ ।

Related Posts