ଟଙ୍କା ବାଣ୍ଟିବାରେ ସହଯୋଗ କରୁଛି ପୁଲିସ : ବିଜେପି

ସତ୍ୟପାଠ ବ୍ୟୁରୋ : ପାଟକୁରା ନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି  । ଦଳ ତରଫରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟରେ ଶସ୍କ ଦଳ ବିରୋଧରେ ଅଭିଯୋଗ ବାଢ଼ିଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବାକୁ ବିଜେଡି ସବୁ ଶକ୍ତି ଲଗାଇ ଦେଇଥିଲେ ବି ବିଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ସମ୍ବିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବିତ କହିଛନ୍ତି, ବିଜୟଙ୍କ ବିଜୟ ନେଇ ପାଟକୁରା ବାସୀ ନିଶ୍ଚିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ରୋଡରେ ରୋଡ ସୋ କରିବେ, ସେହି ରାସ୍ତା ବି ବିଜୟ ମହାପାତ୍ର ତିଆରି କରିଛନ୍ତି । ନିର୍ବାଚନ ଜିତିବା ଲାଗି ଅପର୍ଯ୍ୟପ୍ତ ଟଙ୍କା ବାଣ୍ଟୁଛି ବିଜେଡି । ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର କରୁଛନ୍ତି । ଏମିତିକି ସାଦା ପୋଷାକରେ ପୁଲିସ ପଇସା ବାଣ୍ଟିବାରେ ସହଯୋଗ କରୁଛି । ସମସ୍ତେ ବିଜୁ ଜନତା ଦଳର କର୍ମୀ ହୋଇଯାଇଛନ୍ତି ।

ବିଜୁ ଜନତା ଦଳର ୮୦ ଏମଏଲଏ ପାଟକୁରାରେ ଘର କରି ରହିଛନ୍ତି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏତେ ସଂଖ୍ୟକ ବିଧାୟକ ଏଠାରେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ନିଜ ଲୋକଙ୍କ ଉପରେ ନବୀନଙ୍କ ଭରସା ନଥିବା ବେଳେ ବିଜୟଙ୍କୁ ଡରି ନବୀନ ବାବୁ ପାଟକୁରାରେ ରାତ୍ରୀ ଯାପନ କରି ଦୁଇଦିନ ପ୍ରଚାର କରିବେ ବୋଲି କହି କଟାକ୍ଷ କରିଛି ବିଜେପି ।

Related Posts