
(ସତ୍ୟପାଠ ବ୍ୟୁରୋ) ଜଳ ସଙ୍କଟ ଦୂର କରିବାକୁ ଓଡ଼ିଆ ଯୁବକଙ୍କ ନୂଆ ଉଦ୍ଭାବନ । ୱାଟର ଡିସ୍ପେନ୍ସର’ ପ୍ରକଳ୍ପ ମାଧ୍ୟରେ ପ୍ରଶଂସା ସାଉଁଟିଛନ୍ତି ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ର । “ଡିପ୍ ଟେକ୍ନୋଲୋଜି ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ରୁଷିଆର ସୋଚିଠାରେ ନିଜର ‘ଅଭିନବ ୱାଟର ଡିସ୍ପେନ୍ସର’ ପ୍ରକଳ୍ପ ସହ ଯୋଗ ଦେଇଥିବା ବ୍ରହ୍ମପୁରର ପି ବିଶ୍ୱନାଥ ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍ କରି ବିଶ୍ବନାଥଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଜଳ ସଙ୍କଟ ଦୂର କରିବା ପାଇଁ ତାଙ୍କର ଏହି ଉଦ୍ଭାବନ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ଙ୍କ ଦ୍ୱାରା ପ୍ରଶଂସିତ ହେବା ଗର୍ବର ବିଷୟ ବୋଲି କହିଛନ୍ତି ନବୀନ ।
Congratulate Class IX student of Berhampur, P.Biswanath Patra for being a part of Deep Technology Education Program in Sochi, Russia with his innovative water dispenser. His innovation to solve water crisis has been appreciated by Russian President Vladimir Putin. Best Wishes. pic.twitter.com/XldnIEPiEa
— Naveen Patnaik (@Naveen_Odisha) December 10, 2019
ବିଶ୍ୱନାଥଙ୍କ ଅଭିନବ ପ୍ରକଳ୍ପକୁ ନେଇ ତାଙ୍କ ସହ ବେଶ୍ କିଛି ସମୟ ଆଲୋନଚନା ମଧ୍ୟ କରିଥିଲେ ପୁଟିନ । ଯଦିଓ ଆଲୋନଚନାରେ କ’ଣ କଥା ହେଲେ ବୁଝାପଡ଼ୁନାହିଁ, ତଥାପି ପୁଟିନ୍ ବିଶ୍ୱନାଥଙ୍କୁ କିଛି ଉପଦେଶ ଦେଉଥିବା ଜଣାପଡ଼ୁଛି ।