ରିଆଲିଟି ଶୋ ମାଧ୍ୟମରେ ଜୀବନ ସାଥି ଖୋଜିବେ ମିକା ସିଂ: କରିବେ ସ୍ୱୟଂମ୍ବର

ଗାୟକ ମିକା ସିଂଙ୍କ ହେବ ସ୍ୱୟଂମ୍ବର | ରିଆଲିଟି ଶୋ ମାଧ୍ୟମରେ ଜୀବନ ସାଥି ଖୋଜିବେ ମିକା ସିଂ |
ଆପଣ ଆଗରୁ ଅନେକ ସେଲିବ୍ରିଟିଙ୍କୁ ରିଅଲିଟି ଶୋ’ରେ ଦେଖିଥିବେ । ସେହି ଶୋରେ ନିଜ ପାଇଁ ସାଥୀ ଟିଏ ମଧ୍ୟ ଖୋଜିଥାନ୍ତି। ତେବେ ଜାତୀୟ ଟେଲିଭିଜନରେ ରାକ୍ଷୀ ସାୱନ୍ତ, ରତନ ରାଜପୁତ, ରାହୁଲ ମହାଜନ ଏବଂ ମଲ୍ଲିକା ଶେରାୱତ୍‌ ସ୍ବୟଂବର କରୁଥିବାର ନଜର ଆସିଥିଲେ । ଏବେ ମିକା ଙ୍କ ସ୍ବୟଂବରକୁ ନେଇ ବଡ ଖବର ଆସୁଛି। ରିଆଲିଟି ଶୋ ମାଧ୍ୟମରେ ତାଙ୍କ ପାଇଁ ସାଥୀ ଖୋଜିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଯୁବକମାନଙ୍କ ମଧ୍ୟରେ ମିକା ବହୁତ ଲୋକପ୍ରିୟ ଏବଂ ଏଭଳି ପରିସ୍ଥିତିରେ ତାଙ୍କ ଶୋ ’ ମଧ୍ୟ ଖୁବ୍‌ ଆକର୍ଷଣୀୟ ହେବାକୁ ଯାଉଛି।

୪୪ ବର୍ଷିୟା ମିକା ସିଂ ସ୍ବୟଂବର ଫର୍ମାଟରେ ପାର୍ଟନର ଖୋଜିବେ । ହେଲେ ସେହି ଶୋ ରେ ବିବାହ କରିବେ ନାହିଁ। ମିଡିଆ ରିପୋର୍ଟ ଅନୁ୍ଯାୟୀ କୁହାଯାଇଛି କି ରିଆଲିଟି ଶୋ ସ୍ବୟଂବର ଶୋ ଭଳି ହେବ। ଏହି ଶୋ କିଛି ମାସ ମଧ୍ୟରେ ପ୍ରସାରିତ ହେବାର ଯୋଜନା ରହିଛି। ଏହି ଶୋ’ରେ ମିକା ବିବାହ କରିବେ ନାହିଁ, କେବଳ ନିର୍ବନ୍ଧ କରିବେ । ତେବେ ଏହି ଶୋ’ରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ।

ସବୁଠାରୁ ବଡ କଥା ହେଲା ରାକ୍ଷୀ ସାୱନ୍ତଙ୍କୁ ମିକାଙ୍କ ଶୋ’ରେ ପ୍ରତିଯୋଗୀ ଭାବରେ ମଧ୍ୟ ଦେଖିବାକୁ ମିଳିବ । ଦୁହିଁଙ୍କର ବହୁ ପୁରୁଣା ଝଗଡା ରହିଛି । ମିକା ରାକ୍ଷୀଙ୍କୁ ଜବରଦସ୍ତ କିସ୍‌ ଦେଇଥିଲେ, ଏହାକୁ ନେଇ ବହୁ ବିବାଦ ଲାଗିଥିଲା ପରେ ସେମାନେ ସେମାନଙ୍କର ବିବାଦର ସମାଧାନ କରିଥିଲେ ଏବଂ ଏକାଠି ଅନେକ ଶୋ’ରେ ଦେଖିବାକୁ ମଧ୍ୟ ମିଳିଥିଲେ |

Related Posts