ବାଜି ମାରୁଛି ବିଜେଡି; ୫୩୫ଟି ଜିଲ୍ଲାପରିଷଦ ଆସନ ବିଜେଡି ଜିତିଥିବାବେଳେ ବିଜେପି ୩୮ ଓ କଂଗ୍ରେସ ୩୦ଟି ଆସନ ଜିତିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି । ସେପଟେ ଦିନ ୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି ୫୩୫ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୩୮ ଓ କଂଗ୍ରେସ ୩୦ଟିରେ ଆଗୁଆ ରହିଛି।

ଅନ୍ୟ ଦଳର ପ୍ରାର୍ଥୀମାନେ ୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛନ୍ତି। ଅନ୍ୟପଟେ ଦ୍ବିତୀୟ ଦିନର ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ୩୦୫ଟି ଜୋନରୁ ବିଜେଡି ୨୪୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୩ ଏବଂ କଂଗ୍ରେସ ୧୫ ଜୋନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୩ଟି ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।

Related Posts