ବିରୋଧୀଙ୍କୁ ମାତ ଦେଇ ଆଗେଇ ଚାଲିଛି ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜି ଦ୍ୱିତୀୟ ଦିନରେ ପହଁଞ୍ଚିଛି । ଚଳିତଥର ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଢ଼େର ଆଗରେ ରହିଥିବାର ଦେଖିବାକୁ ମିଳିଛି । ଏପରିକି ବିରୋଧୀମାନେ ବିଜେଡିର ଆଖପାଖରେ ମଧ୍ୟ ନଥିବାର ଦେଖିବାକୁ ମିଳିଛି । ସେପଟେ ଏଥର ବିରୋଧୀ ଦଳମାନେ ବିଜେପିକୁ ଟାର୍ଗେଟ କରି ପଞ୍ଚାୟତ ନିର୍ବାଚନରେ ଭଲ ରେଜଲ୍ଟ ପାଇବେ ବୋଲି ଆଶା ରଖିଥିଲେ ।

ହେଲେ ତାହା ଆଶାରେ ହିଁ ରହିଯାଇଥିଲା । ଏହା ମଧ୍ୟରେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ତେବେ ଦିନ ୧ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁଯାୟୀ ୩୦୫ଟି ଜୋନରୁ ବିଜେଡି ୨୪୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୩ ଏବଂ କଂଗ୍ରେସ ୧୫ ଜୋନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୩ଟି ଓ ଗୋଟିକରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

Related Posts