(ସତ୍ୟପାଠ ବ୍ୟୁରୋ) ଗିରଫ ହେଲେ ବିଜେଡି ନେତା ଅନୁପ ସାଏ । 2016 ମସିହାର ଏକ ଡବଲ ମର୍ଡର କେସ୍ରେ ଅନୁପଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ଏନେଇ ଛତିଶଗଡର ଚକ୍ରଧରନଗର ଥାନାରେ ମାମଲା ରୁଜୁ ହୋଇଥିଲା । ଗତକାଲି ରାତିରେ ଅନୁପଙ୍କୁ ବ୍ରଜରାଜନଗରର ସାଇନଗରରୁ ଉଠାଇ ନେଇଥିଲା ପୋଲିସ ।
ସୂଚନା ଅନୁସାରେ 2016ରେ ବ୍ରଜରାଜନଗରର କଳ୍ପନା ଦାସ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା । ଛତିଶଗଡ଼ର ହମିରପୁର ନିକଟ ଜଙ୍ଗଲରୁ ଉୟଭଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହା ସେମାନଙ୍କ ଡିଏନ ଏ ଟେଷ୍ଟ କରାଯିବା ସହ କଳ୍ପନାଙ୍କ କ୍ଲ ରେକର୍ଡ ଯାଞ୍ଚ କରାଯାଇଥିଲା । ସେଥିରୁ କଳ୍ପନାଙ୍କର ଅନୁପ ସାଏ ସହ ଯୋଗାଯୋଗ ଏବଂ ସମ୍ପର୍କ ଥିବା ଜାଣିବାକୁ ମିଳିଥିଲା ।
ସୂଚନା ଅନୁସାରେ କଳ୍ପନା ଦାସଙ୍କ ସହ ଅନୁପ ସାଏଙ୍କର ଅବୈଧ ସମ୍ପର୍କ ଥିଲା । ଏହି କଥା କାଳେ ବାହାରକୁ ଆସିଯିବ ତେଣୁ ଅନୁପ ସାହୁ କଳ୍ପନାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିବା କୁହାଯାଉଛି । ସେତେବେଳେ ଉକ୍ତ ଗାଡ଼ିରେ କଳ୍ପନାଙ୍କ ସହ ତାଙ୍କର ଝିଅ ପ୍ରଭାତୀ ଥିବାରୁ ତାଙ୍କର ବି ମୃତ୍ୟୁ ହୋଇଥିଲା ।
୨୦୧୪ରେ ବିଜେଡିରେ ସାମିଲ ହୋଇ ବ୍ରଜରାଜନଗରୁ ବିଧାୟକ ହୋଇଥିଲେ ଅନୁପ ସାଏ । 2019 ସାଧାରଣ ନିର୍ବାଚନରେ ଅନୁପଙ୍କ ପରାଜୟ ପରେ ତାଙ୍କୁ ପଣ୍ୟଗାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ନବୀନ ବାବୁ ।