କଂଗ୍ରେସର ପ୍ରଭାବ: ଗଠନ ହେଲା OBC କମିସନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଭିନ୍ନ ସମୟରେ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଓ ଖବରକାଗଜମାନେ ନିଜର Exclusive ଖବର ଉପରେ ସରକାରଙ୍କର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଭାବ, ମହାପ୍ରଭାବ, ବିଗ୍‌ ଇମ୍‌ପାକ୍ଟ ଆଦି ଗ୍ରାଫିକ୍ସ ସ୍ଲଗରେ ଫଲୋଅପ ଖବର ଦେଖିବାକୁ ମିଳିଥାଏ । ଠିକ୍‌ ସେହିଭଳି ଏକ ଘଟଣା ପ୍ରଦେଶ କଂଗ୍ରେସର ମିଡିଆ ଟିମ୍ କରିଥିବା ସାମ୍ନାକୁ ଆସିଛି ।

ଗତ 12 ତାରିଖରେ ଦୀର୍ଘ 13 ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ଓବିସି କମିସନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ପୁର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ 5 ଜଣିଆ ଓବିସି କମିସନକୁ ପୁନରଗଠନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟର 3 ଜଣ ପ୍ରଫେସର ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଏବଂ ପ୍ରସନ୍ନ ପାତ୍ରଙ୍କୁ ସଦସ୍ୟ ଭାବେ ନିଆଯାଇଥିବା ବେଳେ ଆଇଏଏସ୍‌ ବୀର ବକ୍ରମ ଯାଦବଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ସରକାରଙ୍କର ସଞ୍ଜ ବେଳିଆ ଓବିସି କମିସନ ଗଠନ ନିଷ୍ପତ୍ତି ଠିକ୍ ନ୍ୟୁଜ୍ ଚ୍ୟାନେଲଙ୍କର ଫଲୋଅପ ଇମ୍‌ପାକ୍ଟ ଖବର ଭଳି କଂଗ୍ରେସ ମିଡିଆ ସେଲ୍‌ର ମହାପ୍ରଭାବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ରାଜ୍ୟରେ OBC, SEBC ବର୍ଗର ଲୋକଙ୍କୁ ଘୃଣା କରନ୍ତି ନବୀନ: କଂଗ୍ରେସ

ଗୋଟିଏ ପଟେ ଓବିସି କମିସନ ଗଠନ କରି ରାଜ୍ୟ ସରକାର ଓ ଶାସକ ଦଳ ନିଜ ପିଠିକୁ ନିଜେ ଥାପୁଡ଼ାଇ ବାହା ବାହା ନେଉଥିବା ବେଳେ ବାସ୍ତବରେ ଏହାର ଶ୍ରେୟ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର, କାରଣ କଂଗ୍ରେସ ଗତ ଜାନୁଆରି 13ରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ପ୍ରକାଶ ନାୟକ ଏକ ବଡ଼ ଖୁଲାସା ଗଣମାଧ୍ୟମ ସାମ୍ନାରେ କରିଥିଲେ । ଯେଉଁଥିରେ ରାଜ୍ୟ ସରକାର କିଭଳି 2006 ମସିହା ପରଠାରୁ ଓବିସି କମିସନକୁ ଅକାମି କରି ରଖିଛନ୍ତି ତାର ସୂଚନା ଦେଇଥିଲେ । ଖାଲି ସେତିକି ନୁହେଁ ଓବିସି କମିସନକୁ ବନ୍ଦ କରି ରଖିବା ପଛରେ ସରକାରଙ୍କର ଯେ ମନ୍ଦ ଅଭିପ୍ରାୟ ଅଛି ତାହାର ମଧ୍ୟ ସମନ୍‌ସନି ପ୍ରମାଣ ଗଣମାଧ୍ୟମକୁ ଦେଇଥିଲେ । ଏପରିକି ସରକାର କମିସନକୁ ଅକାମି କରି ରଖିଥିବା ଷଡ଼ଯନ୍ତ୍ରକୁ ଲଚାଇବା ପାଇଁ 2011 ପରଠାରୁ ମାନ୍ୟବର ହାଇକୋର୍ଟଙ୍କୁ ମଧ୍ୟ ମିଛ କହିଥିବାର ତଥ୍ୟ ପ୍ରମାଣ ଦେଇଥିଲେ ।

ସତ୍ୟ ପ୍ରକାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ରଖିଥିଲେ ଯେ 2011 ମସିହାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ଓବିସି କମିସନ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ରାଜ୍ୟ ସରକାର ବେଖାତିର କଲେ ଏବଂ କମିସନ ପୁନରଗଠନ କଲେ ନାହିଁ । ପୁନରବାର 2012 ମସିହାରେ ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟ ସରକାର ଆଉ ଥରେ ମିଛ କହିଲେ । ଯେଉଁଥିରେ ସରକାର କମିସନ ପୁନରଗଠନ କରିବା ପାଇଁ ହାଇକୋର୍ଟଙ୍କଠାରୁ 6 ମାସର ମହଲତ ମାଗିଲେ । କିନ୍ତୁ 6 ମାସ ପରେ ଚୁପ୍‌ଚାପ ବସିପଡ଼ି କମିସନ ପୁନରଗଠନ କଲେ ନାହିଁ ଏବଂ ଯେହେତୁ ପରବର୍ତ୍ତୀ ସମୟରେ ଏହି ମାମଲା ପ୍ରସଙ୍ଗକୁ କେହି ଉଠାଇଲେ ନାହିଁ ଏବଂ ମାନ୍ୟବର ଉଚ୍ଚ ନ୍ୟାଳୟଙ୍କ ଦୃଷ୍ଟି ଆକର୍ଷଣ କଲେ ନାହିଁ ତାହାର ଫାଇଦା ନେଇ ରାଜ୍ୟ ସରକାର 8 ବର୍ଷ ଚୁପ୍‌ଚାପ ବସିପଡ଼ିଲେ । ହେଲେ ଗତ ଜାନୁଆରି 13 ତାରିଖରେ କଂଗ୍ରେସ ମିଡିଆ ସେଲ୍ ଓବିସି କମିସନ ପୁନରଗଠନ ନେଇ ସରକାରଙ୍କ ଚଞ୍ଚକତାର ସନ୍‌ସନି ଖୁଲାସା କରିବା ପରେ ସରକାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । କାରଣ ସରକାରଙ୍କୁ ଭଲଭାବେ ଜଣା କମିସନ ପୁନରଗଠନ କରିବା ଏକ ବୈଧାନିକ ଉତ୍ତରଦାୟିତ୍ବ । ତା’ଛଡ଼ା ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କୁ ମିଛ କହିବା ଏବଂ ନିର୍ଦ୍ଦେଶ ପାଳନ ନକରିବା ଏକ ଅକ୍ଷମଣିୟ ଅପରାଧ । ଓବିସି କମିସନ ପୁନରଗଠନ ମାମଲାରେ ସରକାର ଉଭୟ କ୍ଷେତ୍ରରେ ଅଭିଯୁକ୍ତ । ଏହି ସମୟରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଖୁଲାସା ଦ୍ବାରା ନବୀନ ସରକାର ରଙ୍ଗେ ହାତ ଧରାପଡ଼ିଥିଲେ । କାରଣ ସାମ୍ବାଦିକ ସମ୍ମିଳନୀ ପରେ ସରକାରଙ୍କ ଜାଲିଆତି ସର୍ବସାଧାରଣକୁ ଆସିଥିଲା । ଯେକୌଣସି ସମୟରେ ଅଦାଲତ ଅବମାନନା ଅଭିଯୋଗରେ ଅଦାଲତକୁ ଟଣା ହୋଇଥାନ୍ତେ ସରକାର । ତେଣୁ ଓବିସି କମିସନ ପୁନରଗଠନ କରିବା ଛଡ଼ା ସରକାରଙ୍କ ପାଖରେ ଆଉ ଚାରା ନଥିଲା । ସେ ଦୃଷ୍ଟିରୁ ଅକାମି ରଖିବାର 13 ବର୍ଷ ପରେ ହଠାତ କମିସନ ଗଠନ କରିଦେଇ ସରକାର ଯେଉଁ ଶ୍ରେୟ ନେବାକୁ ପ୍ରୟାସ କରୁଛନ୍ତି ପ୍ରକୃତରେ ଏହାର ମୂଳ ହକ୍‌ଦାର ପ୍ରଦେଶ କଂଗ୍ରେସ । କାରଣ କଂଗ୍ରେସର ଖୁଲାସା ପରେ କମିସନ ପୁନରଗଠନ ଛଡ଼ା ସରକାରଙ୍କର ଦ୍ବିତୀୟ ବକଳ୍ପ ନଥିଲା ।

Related Posts