ବିଜେଡ଼ି ସାଂଗଠନିକ ସ୍ତରରେ ଅଦଳବଦଳ : ପ୍ରତାପ, ପ୍ରଣବ ଓ ସଂଜୟଙ୍କୁ ଗୁରୁ ଦାୟିତ୍ୱ

0 955

ଭୁବନେଶ୍ବର:  ବିଜୁ ଜନତା ଦଳର ସାଙ୍ଗଠନିକସ୍ତରରେ ପରିବର୍ତ୍ତନ ସହ ନୂତନ ପଦବୀ ସୃଷ୍ଟି କରି ନେତାଙ୍କୁ ନିଯୁକ୍ତ କରାଯାଇଛି । ଦଳର ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ବିଜେଡି ଏଭଳି ଏକ ପଦବୀ ସୃଷ୍ଟି କରି ପ୍ରଣବଙ୍କୁ ଦାୟିତ୍ବ ଦେଇଛି।

ସେହିଭଳି ସଞ୍ଜୟ ଦାସବର୍ମାଙ୍କୁ ଦଳ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହି ପଦବୀ ମଧ୍ୟ ନୂତନ ଭାବେ ସୃଷ୍ଟି କରାଯାଇଛି । ବିଜେଡି ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି । ଏନେଇ ଦଳ ତରଫରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.