ବିଧାୟକ ରହିବେ, ନବୀନ ଶୋଇବେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: 2 ଦିନ ତଳେ ବିଧାୟକଙ୍କୁ ଦେଇଥିବା ନିର୍ଦ୍ଦେଶକୁ ନିଜେ ଭୁଲିଲେ ମୁଖିଆ । ବିଧାନସଭା ବିତର୍କରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିବାକୁ ବିଧାୟକଙ୍କୁ କହି ନିଜେ ଶୋଇ ଯାଉଛନ୍ତି ନବୀନ । ଗତକାଲି ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ଉପସ୍ଥିତ ନଥିବାରୁ ନବୀନଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମସ୍ତଙ୍କୁ ଗୃହରେ ଉପସ୍ଥିତି ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନିଜେ କେମିତି ରହୁନାନହାନ୍ତି ? ନାରୀର ସମ୍ମାନ କଥା କହୁଥିବା ମୁଖିଆ ଏତେ ବଡ଼ ସମ୍ବାଦନଶୀଳ ପ୍ରସଙ୍ଗରେ ଉତ୍ତର ଦେବାକୁ କାହିଁକି ଭୟଭୀତ ? ଅର୍ଥାତ ବିଧାୟକ ଗୃହରେ ଉପସ୍ଥିତ ରହିବେ ଆଉ ମୁଖିଆ ଘରେ ଶୋଇବେ ।  ସରକାର ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ କଥା କହୁଛନ୍ତି । କିନ୍ତୁ ନ୍ୟାସନାଲ କ୍ରାଇମ ବ୍ୟୁରୋର ରେକର୍ଡ କହୁଛି ମାମଲା କାଗଜ କଲମରେ ଚାଲୁଛି, ଦୋଷୀ କିନ୍ତୁ ଦଣ୍ଡ ପାଉନାହନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 94 ପ୍ରତିଶତ ମହିଳା ଓ ଶିଶୁ ନିର୍ଯାତନା ମାମଲାର ବିଚାର ନହୋଇ ପଡ଼ିରହିଛି । 2017ରେ କେବଳ ଦୋଷୀ ସାବ୍ୟସ୍ତ ହାର 7.4 ପ୍ରତିଶତ ରହିଛି । 5041 ମାମଲା ପଞ୍ଜୀକୃତ ହୋଇଛି । 2017 ସୁଦ୍ଧା ମହିଳା ନିର୍ଯାତନା ମାମଲାରେ 11 ଲକ୍ଷ 20 ହଜାର 366 ଜଣ ଗିରଫ ହୋଇଥିବା ବେଳେ ମାତ୍ର 5226 ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  2017ରୁ 2019 ମଧ୍ୟରେ 24 ଲକ୍ଷରୁ ଅଧିକ ଗିରଫ ହୋଇଥିବା ବେଳେ ଦଣ୍ଡ ପାଇଛନ୍ତି ମାତ୍ର 17 ହଜାର ଲୋକ ।

ସାଂସଦଙ୍କ ଭଳି ବିଧାୟକମାନେ ଦୁଇ ମାସିଆ ରିପୋର୍ଟ ଦେବାକୁ ଗତ 13 ତାରିଖରେ ନିର୍ଦ୍ଦେଶ ଦେଇଥିଲେ ନବୀନ । ଏଥିପାଇଁ ଏକ 4 ଜଣିଆ କମିଟି ମଧ୍ୟ ଗଠନ କରିଥିଲେ । କମିଟିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତି ଅଛନ୍ତି । ରିପୋର୍ଟ କିଭଳି ଦେବେ, କ’ଣ ରହିବ ଏହାର ରୂପରେଖ ସେନେଇ ଏକ ଫ୍ରେମ ତିଆରି କରି ପ୍ରସ୍ତାବ ଦେବାକୁ କମିଟିକୁ ମାନ୍ୟବର ନିର୍ଦ୍ଦେଶ ଦେଇଥିଲେ । 10 ଦିନ ମଧ୍ୟରେ ଏ ବାବଦ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ବି ଦିଆଯାଇଥିଲା । ପ୍ରତ୍ୟକ ଦିନ 11ଟା 30 ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ଉପସ୍ଥିତ ନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା । ଯେଉଁ ବିଧାୟକ 2 ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ନବୀନଙ୍କଠାରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଥିଲା । ହେଲେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଭଳି ସମ୍ବାଦନଶୀଳ ପ୍ରସଙ୍ଗ ଗୃହରେ ଆଲୋଚନା ବେଳେ ମୁଖିଆ ନରହିବା ‘ହାତୀର ଖାଇବା ଦାନ୍ତ ଅଲଗା ଆଉ ଦେଖାଇବା ଦାନ୍ତ ଅଲଗା ଭଳି ମନେ ହେଉଛି । ଏହାକୁ ନେଇ ଗୃହ ବାହାରେ ନବୀନଙ୍କୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ । ଏବଂ ପ୍ରଶ୍ନ କରିଛନ୍ତି ନବୀନ କାହାକୁ କହି ଗୃହରେ ଅନୁପସ୍ଥିତ ରହୁଛନ୍ତି ।

Related Posts