ମହିଳା SPO ନିଯୁକ୍ତିକୁ ବିଜେଡିର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ମହିଳା SPO ନିଯୁକ୍ତିକୁ ବିଜେଡିର ବିରୋଧ । ପୋଲିସ କମିସନରଙ୍କୁ BJD ମୁଖପାତ୍ର ଲେନିନ ମହାନ୍ତିଙ୍କ ସମାଲୋଚନା । ମହିଳାଙ୍କ ସୁରକ୍ଷା ପାଇଁ କେବଳ ମହିଳା ଏସପିଓ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲିଙ୍ଗଗତ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ଦିଆଗଲା ବୋଲି ପୋଲିସ କମିସନରଙ୍କୁ ଲେଲିନ ପ୍ରଶ୍ନ କରିଛନ୍ତି ।  ମହିଳାଙ୍କ ପ୍ରତି ହିଂସା ରୋକିବା ପାଇଁ ସାମୂହିକ ଉଦ୍ୟମ ଜରୁରୀ । ଏଥିପାଇଁ ମହିଳାଙ୍କ ନିଯୁକ୍ତିକୁ ଯେତିକି ଗୁରୁତ୍ବ ଦିଆଯାଇଛି । ପୁରୁଷଙ୍କୁ ବି ସେତିକି ଗୁରୁତ୍ବ ଦିଆଯିବା ଆବଶ୍ୟକ । ମହିଳାମାନଙ୍କ ସୁରକ୍ଷା ଲାଗି ପୁରୁଷଙ୍କୁ ଆହ୍ବାନ କରିବା ଦରକାର । ମହିଳାଙ୍କ ସହିତ ପୁରୁଷ ଏସପିଓଙ୍କୁ ନିଯୁକ୍ତି ଦିଆଯିବା ଦରକାର । ପୁରୁଷ ଓ ମହିଳା ଏକାଠି କାମ କ‌ଲେ ସଫଳତା ମିଳିବ।

ବିଜେଡି ନିଶାନାରେ ପୋଲିସ କମିସନର

CPଙ୍କ ବାହାଦୁରୀ ଉପରେ ପାଣି ପକାଇଦେଲେ ବିଜେଡି ମୁଖପାତ୍ର

ମହିଳା SPO ନିଯୁକ୍ତିକୁ ନେଇ ପ୍ରଶ୍ନ

କେଳବ ଯୁବତୀଙ୍କୁ ନିଯୁକ୍ତି, ପୁରୁଷଙ୍କୁ କାହିଁକି ନୁହେଁ ?

ଲିଙ୍ଗଗତ ସମାନତା ଗଲା କୁଆଡେ ?

ଗତକାଲି କମିସନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସରେ ମହିଳାମାନଙ୍କୁ ସୁରକ୍ଷା ଦେବା ଲାଗି ଏକ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ । କମିସନରେଟ୍ ପୋଲିସ ଏଥିଲାଗି ୨୪୬ ଜଣ ମହିଳା ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସପିଓ)ଙ୍କୁ ନିଯୁକ୍ତି ଦେଇଥିଲା । ଏବେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଅବସ୍ଥା ହୋଇଛି । ଏହି ପଦକ୍ଷେପକୁ ନେଇ ପୁଲିସ କମିସନର ଡ.ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।

Related Posts