କାଶ୍ମୀର ପ୍ରସଙ୍ଗରେ ବିଜେପି ଦୁଇ ପାଦ ଆଗକୁ ଯାଇଛି : ବିଜେଡି

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ପ୍ରସ୍ତାବକୁ ରାଜ୍ୟସଭାରେ ସମର୍ଥନ କରିଛି ବିଜୁ ଜନତା ଦଳ । ସଙ୍କଳ୍ପ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ୭୦ବର୍ଷ ପରେ ଯାଇ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରମାଣିତ ହୋଇଥିବା ସେ କହିଛନ୍ତି।

କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ସତେ୍ ଏଠାରେ ଅନ୍ୟ କୈାଣସି ଭାରତୀୟ ଜାଗା ଜମି କିଣିପାରିବ ନାହିଁ,ଏଠାରେ ଭାରତୀୟ ଆଇନ କାର‌୍ୟ୍ୟ କରିବ ନାହିଁ ବୋଲି ଯାହା ନିୟମ ରହିଥିଲା ତାକୁ ଉଚ୍ଛେଦ କରି ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ। ତେବେ ଜାମ୍ମୁ କାଶ୍ମୀରର ଆର୍ଥିକ ପଛୁଆ ବର୍ଗ ପାଇଁ ଆଗତ ସଂରକ୍ଷଣ ବିଧାୟକର ଆଉ କୈାଣସି ଆବଶ୍ୟକତା ନାହିଁ ବୋଲି ପ୍ରସନ୍ନ ଆଚାର‌୍ୟ୍ୟ କହିଥିଲେ। ଶ୍ରୀ ଆଚାର‌୍ୟ୍ୟ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେଉଁ ଦିନ ପାକ୍ ଅଧିକୃତ କାଶ୍ମୀର ମଧ୍ୟ ଭାରତୀୟ ମାନଚିତ୍ରରେ ସ୍ଥାନ ପାଇବ।

ସବୁ ରାଜ୍ୟକୁ ସମାନ ଆଖିରେ ଦେଖିବାଭଳି ନିଷ୍ପତ୍ତି ସରକାର ନେଇଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜୁ ଜନତା ଦଳ , ଦଳର ସଭାପତି ନବୀନ ପଟ୍ଟନାୟକ,ଦଳର ସାଂସଦ ଓ ସେ ନିଜେ ସ୍ବାଗତ କରୁଥିବା ପ୍ରକାଶ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ପ୍ରସ୍ତାବକୁ ନେଇ ଭୂରିଭୂରି ପ୍ରଶଂସା କରୁଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହ ନିଜ ଆସନରେ ବସି ଟେବୁଲ ବାଡ଼େଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା।

Related Posts