ବଢ଼ିଲା ସୁରକ୍ଷା : କାଶ୍ମୀରରେ ପହଂଚିଲେ ପାରାମିଲିଟାରୀ ଫୋର୍ସ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବା ପରେ ସମ୍ବେଦନଶୀଳତାକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ କରାଯାଇଛି । କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ସାମ୍ନା କରିବାକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କର୍ଫ୍ୟୁ ଓ ୧୪୪ ଧାରା ବଳବତ୍ତର ଥିବା ବେଳେ ଆଜି ଆଉ ଅଧିକ ଫୋର୍ସ ପଠାଯାଇଛି ।

ଓଡିଶା, ଉତ୍ତରପ୍ରଦେଶ, ଆସାମ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ପାରାମିଲିଟାରୀ ଫୋର୍ସଙ୍କୁ ଜାମ୍ମୁ ଓ କାଶ୍ମୀର ପଠାଯାଇଛି । ପ୍ରାୟ ୮ହଜାର ଅଧିକ ଫୋର୍ସ ଏବେ କାଶ୍ମୀରରେ ପହଂଚିଥିବା ଜଣାପଡିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବିଭିନ୍ନ ସ୍ଥାନରେ ମୋବାଇଲ ଓ ଲ୍ୟାଣ୍ଡଲାଇନ ଫୋନ ସେବା ବନ୍ଦ କରି ଦିଆଯାଇଛି । ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ସେଠାରେ ନିୟୋଜିତ ଅଧିକାରୀମାନଙ୍କୁ ସାଟେଲାଇଟ ଫୋନ ଦିଆଯାଇଛି ।

Related Posts