ରାଜ୍ୟସରକାର ନେଇପାରିବେ ଲକଡାଉନ ନିଷ୍ପତ୍ତି: ଅମିତ ଶାହ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନାର ପ୍ରଥମ ଲୋହରୀ ତୁଳନାରେ ଦ୍ୱିତୀୟ ଲୋହରୀରେ ଅଧିକ ମାତ୍ରାରେ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏହା ସହ ପ୍ରତ୍ୟେକ ଦିନ ଦେଶରେ ପ୍ରାୟ୧୫୦୦ରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲକଡାଉନ ଓ କୋଭିଡ କଟକଣା ସିଧାସଳଖ ରାଜ୍ୟସରକାର ନେଇ ପାରିବେ । ଗତ ୩ ମାସ ଧରି ସମସ୍ତ ରାଜ୍ୟଙ୍କୁ ଲକଡାଉନ ନେଇ ଅନେକ କ୍ଷମତା ଦିଆଯାଇଛି । ଅନ୍ୟପଟେ ପ୍ରତ୍ୟେକ ରାଜ୍ୟର କରୋନା ସ୍ଥିତି ଭିନ୍ନ ଭିନ୍ନ ହୋଇଥିବାରୁ ପରିସ୍ଥିତିକୁ ଦେଖି ରାଜ୍ୟସରକାର ଲକଡାଉନ ନିଷ୍ପତ୍ତି ନେଇ ପାରିବେ । କରୋନାର ପ୍ରଥମ ପର୍ଯ୍ୟାୟରେ କରୋନା ବିରୁଦ୍ଧରେ ଭିତ୍ତିଭୂମି ସୁଦୃଢ ନଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ରାଜ୍ୟ ଓ କେନ୍ଦ୍ର କରୋନା ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଅମିତ ଶାହ ।

Related Posts