ବିଜେଡିର ବି-ଟିମ୍ କଂଗ୍ରେସ: ମୁଣ୍ଡିଆଳଙ୍କ ମୁଖା ଖୋଲିଲେ ସାଲୁଜା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଜେଡିର ବି ଟିମ୍‌ କଂଗ୍ରେସ । 2014ରୁ 19 ଯାଏ ବିଧାନସଭାରେ ନାମକୁ ମାତ୍ର ବିରୋଧୀ ଦଳ ଥିଲା କଂଗ୍ରେସ । ପ୍ରକୃତ କଥା ହେଉଛି ଏହି 5 ବର୍ଷ କଂଗ୍ରେସ ଶାସକ ଦଳ ସହ ମିଶି କାମ କରିଥିଲା । ଏହି ସମୟ ମଧ୍ୟରେ କଂଗ୍ରେସ ରାଜ୍ୟରେ ଶାସକ ବିଜେଡିର ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ପରିବର୍ତ୍ତେ ବିଜେଡିର ବି-ଟିମ୍ ଭୂମିକାରେ ଥିଲା । ଯଦି ସେହି ୫ବର୍ଷ କଂଗ୍ରେସର ପ୍ରଦର୍ଶନ ଭଲ ରହିଥାନ୍ତା ତା’ହେଲେ ଆମେ ୯ ନୁହେଁ ୯୦ ଆସନରେ ଜିତିଥାନ୍ତୁ । ଏଭଳି ନିଜ ଦଳକୁ ଏବଂ ରାଜ୍ୟ କଂଗ୍ରେସର ମୁଖିଆଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ।

ସେପଟେ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ସାଲୁଜା କହିଛନ୍ତି, ଯେ ୨୦୧୯ ନିର୍ବାଚନ ପରେ ସ୍ଥିତି ବଦଳିଯାଇଛି । ଏବେ ଯେମିତି ବିଜେଡି-ବିଜେପି ମିଳିମିଶି କାମ କରୁଛନ୍ତି ସେତେବେଳେ କଂଗ୍ରେସ ବିଧାନସଭାରେ ବିଜେଡି ସହ ମିଳିମିଶି କାମ କଲା । ସଂଗଠନ ମଧ୍ୟ ମଜଭୁତ ହେଲାନାହିଁ । ଲୋକେ ଦେଖିଲେ, କଂଗ୍ରେସ ହେଉଛି ବିଜେଡିର ବି-ଟିମ୍। ତେଣୁ ଆମେ ବିଜେଡିର ବିକଳ୍ପ ହୋଇପାରିଲୁ ନାହିଁ। ତେବେ ୨୦୧୯ରେ ମାତ୍ର ୯ ଜଣ କଂଗ୍ରେସ ବିଧାୟକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମେ ଚାରି-ପାଞ୍ଚ ଜଣ ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଛୁ। ମୁଁ, ସୁର, ତାରା, ମୋକିମ୍ ଓ ଖରିଆର ବିଧାୟକ ଯେଭଳି ଭାବେ ସରକାରଙ୍କୁ ଘେରୁଛୁ ତାଙ୍କର ୧୧୩ ଜଣ ଥାଇ ମଧ୍ୟ ଆମ ଆଗରେ ଫିକା ଲାଗୁଛନ୍ତି। ହେଲେ ନରସିଂହଙ୍କ ନାଁ ନେଲେ ନାହିଁ ସାଲୁଜ  । ସାଲୁଜାଙ୍କ ବକ୍ତବ୍ୟ ବୟାନ କରୁଛି ଯେ ଯେ କଂଗ୍ରେସର ରାଜ୍ୟ ମୁଖିଆ ଏବଂ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ବିନା ସହମତିରେ କେବେ କଂଗ୍ରେସ ବିଜେଡିର ବି ଟିମ୍‌ ହୋଇନପାରେ । ଯାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।

2014ରୁ 19 ଯାଏ ବିଜେଡିର ବି ଟିମ୍‌ ଥିଲା କଂଗ୍ରେସ

କଂଗ୍ରେସକୁ ବିଜେଡିର ବି ଟିମ୍‌ ବନେଇଥିଲା କିଏ ?

କେଉଁ ନେତାଙ୍କ ଇସାରାରେ ଶାସକ ଦଳ ସହ ଭିତିରି ବୁଝାମଣା କରିଥିଲା ଦଳ ?

ରାଜ୍ୟ ମୁଖିଆଙ୍କ ବିନା ଇସାରାରେ କ’ଣ କଂଗ୍ରେସ ବିଜେଡିର ବି ଟିମ୍‌ ହୋଇପାରିବ ?

କାହିଁକି ଦଳର ଜଣେ ବରିଷ୍ଠ ନେତା ଦଳର କ୍ଷତି ହେବା ଜାଣି ବି ଏକଥାକୁ ଗଣମାଧ୍ୟମରେ ପ୍ରକାଶ କଲେ ?

ଦଳ ଭିତରେ ଏଭଳି ପରିସ୍ଥିତି କାହା ପାଇଁ ହୋଇଛି ?

ଗଣମାଧ୍ୟମରେ ସାଲୁଜାଙ୍କ ଅଭିଯୋଗ ପରେ ବି କାହିଁକି ମୁଁ ଖୋଲୁ ନାହାନ୍ତି ପିସିସି ସଭାପତି ?

ସାଲୁଜାଙ୍କ ଅଭିଯୋଗରେ ସତ୍ୟତା ଥିବାରୁ ମୁହଁ ଖୋଲୁ ନାହାନ୍ତି କି ନିରଞ୍ଜନ ?

 ଯଦି ଏହା ସତ୍ୟ ହୁଏ ତେବେ ନିରଞ୍ଜନଙ୍କ ପାଇଁ ହୋଇପାରେ କିଳା ?

କଂଗ୍ରେସରେ ମୁଣ୍ଡ ବିକାଳି ନେତାଙ୍କ ସଂଖ୍ୟା ବଢିଗଲାଣି କି  ?

 

ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଏବେ ନିଜର ବିଫଳତା ପଛର ରହସ୍ୟକୁ ପଦାରେ ପକାଇଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରତି ଅନ୍ୟତମ ଦଳୀୟ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ପରେ ହିଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଥିବା ଲୁଚାଛପା ସମ୍ପର୍କ ପଦାରେ ପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗଣମାଧ୍ୟମରେ ସାଲୁଜାଙ୍କ ଖୁଲମଖୁଲା ଖୁଲାସା ପରେ ଏଯାବତ ମୁହଁ ଖୋଲିନାହାନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କି ସାଲୁଜାଙ୍କ ବିରୋଧରେ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଅର୍ଥାତ ସାଲୁଜାଙ୍କ କଥାରେ କିଛି ସତ୍ୟତା ରହିଛି । ଯଦି ଏହା ସତ୍ୟ ହୁଏ ତେବେ ନିରଞ୍ଜନଙ୍କ ପାଇଁ ହୋଇପାରେ କିଳା । ନିରଞ୍ଜନଙ୍କ ଏଭଳି ନୀରବତା ଏବେ ଛିଡ଼ା କରିଛି ଅନେକ ପ୍ରଶ୍ନ । କୁହାଯାଉଛି ଯେ ନିରଞ୍ଜନ କୁଆଡ଼େ ମୁଖିଆ ସାଜି କଂଗ୍ରେସକୁ ଓଡ଼ିଶାରେ ତଳିତଳାନ୍ତ କରିବାକୁ ଚାହୁଁଛନ୍ତି ।

୨୦୧୪-୧୯ ପର୍ଯ୍ୟନ୍ତ ବିଧାନସଭାରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଶ୍ରୀ ସାଲୁଜା ତତକାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିବା ପରେ ତାଙ୍କର ଖାସ୍ ଅନୁଗତ ମନୋଜ ମହାପାତ୍ର ସିଧାସଳଖ ନରସିଂହଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଶ୍ରୀ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏପରିକି ଶ୍ରୀ ସାଲୁଜା ୨୦୦୯-୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥାଇ ସେତେବେଳେ କାହା ସହ ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଶ୍ରୀ ସାଲୁଜା ନିଜ ଭୋଟ୍ ବିକ୍ରି କରିଥିଲେ ବୋଲି ସେ ଅଭିଯୋଗ କରିବା ସହ ନରସିଂହ କ’ଣ ତାହା ରାଜ୍ୟବାସୀ ଜାଣନ୍ତି ବୋଲି କହିଛନ୍ତି । ଶ୍ରୀ ସାଲୁଜା ନିଜେ ଆତ୍ମ ଅନୁଶୀଳନ କରନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି ମନୋଜ ମହାପାତ୍ର ।

ନରସିଂହଙ୍କ ପାଇଁ ଓକିଲାତି କରୁଥିବା ମନୋଜ ମହାପାତ୍ରଙ୍କ ବକ୍ତବ୍ୟକୁ ନେଇ ଏବେ କଂଗ୍ରେସର କିଛି ନେତାଙ୍କ କହିବା କଥା କିଏ ଆତ୍ମ ଅନୁଶୀଳନ କରିବା ଉଚିତ ତାହା ଆମେ ନୁହେଁ ଏବେ ରାଜ୍ୟବାସୀ କହୁଛନ୍ତି । ବିରୋଧୀ ଦଳ ନେତା ଥିବା ବେଳେ ନରସିଂହ କ’ଣ କରିଛନ୍ତି ତାହା ଲୋକେ ଜାଣିଛନ୍ତି । ବଡ଼ ବଡ଼ ପ୍ରସଙ୍ଗକୁ ନାମକୁ ମାତ୍ର ଗୃହରେ ଉଠାଇ ତା ପରେ ବାବୁ ମିଶ୍ରେ କିଭଳି ଚୁପ୍‌ ବସିଯାଆନ୍ତି ତାହା ମଧ୍ୟ ଲୋକେ ଜାଣିଛନ୍ତି । ଏହା ସହ ମିଶ୍ରେଙ୍କ ବିରୋଧରେ ଗଦା ଗଦା ପ୍ରଶ୍ନ କରିଛନ୍ତି ସେମାନେ ।

ଯଦି ମିଶ୍ରେ ଏତେ ଭଲ କରୁଥିଲେ ତେବେ କଂଗ୍ରେସ 16ରୁ ଖସି 9କୁ କାହିଁକି ଆସିଲା ?

ବିରୋଧୀ ଦଳ ନେତା ଥିବା ବେଳେ କେତୋଟି ପ୍ରସଙ୍ଗରେ ପ୍ରେସ୍‌ମିଟ୍‌ କରି ଲୋକଙ୍କୁ ଜଣାଇଥିଲେ ମିଶ୍ରେ ?

ସରକାରଙ୍କ ଅପାରଗତା ହେଉ ବା ଦୁର୍ନୀତିର କେତେ ଦସ୍ତାବିଜ ଲୋକଙ୍କ ନିକଟରେ ରଖିଥିଲେ ?

ବଂର ସେତେବେଳେ କିଛି ଏଭଳି ପ୍ରସଙ୍ଗ ଥିଲା ଯାହା ବିଧାନସଭାରେ ନରସିଂହ ଉଠାଇବେ ବୋଲି ଲୋକ ଆଶା କରୁଥିଲେ କିନ୍ତୁ ତାହା ନକରି ଚୁପ୍‌ ବସିଥିଲେ ମିଶ୍ରେ । ଏସବୁ କଥାକୁ ମହାପାତ୍ର ମହୋଦୟ ନଭୁଲି ବଂର ନିଜ ନେତାଙ୍କୁ ଅନୁଶୀଳନ କରିବାକୁ କୁହନ୍ତୁ ବୋଲି କହିଛନ୍ତି ।

ତେବେ କଂଗ୍ରେସରେ ଚାଲିଥିବା ଏହି ବୟାନବାଜିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ରାଜ୍ୟରେ ଶାସକ ବିଜେଡିର ବି-ଟିମ୍ ଭଳି କାର୍ଯ୍ୟ କରୁଛି । ଯେଉଁଥିପାଇଁ ଦଳ ଏପର୍ଯ୍ୟନ୍ତ ନିଜର ସ୍ଥିତିରେ ସୁଧାର ଆଣିପାରୁନି । ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଖୋଲାଖୋଲି ହୋଇସାରିଛି । ପିସିସି ସଭାପତି ପଦରେ କିଏ ରହିବେ ତାହା ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ ଶ୍ରୀ ସାଲୁଜା ଓ ଶ୍ରୀ ମହାପାତ୍ରଙ୍କ ବୟାନ ହିଁ ଏଭଳି ଚର୍ଚ୍ଚା ଉପରେ ଚୂଡ଼ାନ୍ତ ମୋହର ଲଗାଇଛି।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାରୁ ଶ୍ରୀ ମିଶ୍ର ଓ ଶ୍ରୀ ସାଲୁଜା ଉଭୟେ କଂଗ୍ରେସ ଦଳରୁ ବଲାଙ୍ଗିର ଓ କଣ୍ଟାବାଂଜି ଆସନରୁ ଜିତିଥିଲେ ମଧ୍ୟ ଦଳରେ ସେମାନେ ଦୁଇଟି ଅଲଗା ଅଲଗା ଗୋଷ୍ଠୀର ବୋଲି ସମସ୍ତେ ଜାଣନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟରୁ ବଲାଙ୍ଗିର ରାଜନୀତିରେ କିଏ ତାଙ୍କର ନେତା ବୋଲି ପ୍ରଶ୍ନରେ ମଧ୍ୟ ଶ୍ରୀ ସାଲୁଜା ଶରତଙ୍କୁ ନିଜ ନେତା ବୋଲି ଦୋହରାଇବା ନରସିଂହଙ୍କ ପ୍ରତି ସାଲୁଜାଙ୍କ ବିଦ୍ବେଶ ଭାବକୁ ଦର୍ଶାଉଛି ।

Related Posts