
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଜେଡିକୁ ଲାଗିଛି ଓବିସି ଝଟ୍କା । 2021 ଜନ ଗଣନାରେ ସାମିଲ ହେବେନି OBC ଓ SCBC । ସାମାଜିକ, ଆର୍ଥିକ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଓବିସି ଓ ଏସଇବିସି ଲୋକଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସମ୍ଭବପର ନୁହେଁ । ତେଣୁ 2021 ଜନଗଣନାରେ ଓବିସି ଓ ଏସ୍ସିବିସି ବର୍ଗର ଲୋକଙ୍କୁ ଚିହ୍ନଟ କରାଯିବନି । ଏହା ସହ ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ଚିହ୍ନଟ ପାଇଁ ରାଜ୍ୟ କ୍ୟାବିନେଟରେ ସରକାରଙ୍କ ଦ୍ବାରା ଗୃହୀତ ହୋଇଥିବା ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ତା’ର ଗୁରୁତ୍ୱ ହରାଇଛି । ଗତ ଦୁଇ ଦିନ ଧରି ସଂସଦରେ ବିଜେଡି ପକ୍ଷରୁ ଜାତୀୟ ଜନଗଣନା ସହ ‘ଓବିସି’ ଗଣନା ନିମନ୍ତେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯାଇଥିଲା ଶେଷରେ ଏହାକୁ କରିବାକୁ ରୋକଠୋକ ମନା କରିଛନ୍ତି କେନ୍ଦ୍ର ସରକାର ।
୨୦୨୧ ଜାତୀୟ ଜନଗଣନା ଫର୍ମାଟରେ ଓବିସି ବର୍ଗକୁ ସାମିଲ କରି ସେମାନଙ୍କର ଚିହ୍ନଟ ପାଇଁ ମହାରାଷ୍ଟ୍ର, ବିହାର ଓ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଦାବି କରିଥିଲେ । ଜାନୁୟାରୀ ୧୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ବସି ଜାତୀୟ ଜନଗଣନା-୨୦୨୧ରେ ‘ଓବିସି’ ବର୍ଗର ଗଣନା ପାଇଁ ଏକ ସର୍ବସମ୍ମତି ସଂକଳ୍ପ ଗୃହୀତ କରାଯିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।