
(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: 6 ମାସ ପରେ ଘରୁ ବାହାରି ପାରିବେ ନାହିଁ ମୋଦି । ମୋଦିଙ୍କୁ ବାଡ଼ି ଧରି ପିଟିବେ ଯୁବପିଢ଼ି । ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ରାହୁଲ ଗାନ୍ଧି ।
ଦିଲ୍ଲୀ ନିର୍ବାଚନ ପାଇଁ ହୌଜକାଜି ଅଂଚଳରେ ନିର୍ବାଚନୀ ପ୍ରଚାର ବେଳେ ବେକାରି ସମସ୍ୟା ନେଇ ମୋଦିଙ୍କୁ ଘେରିଛନ୍ତି ରାହୁଲ। ରାହୁଲ କହିଛନ୍ତି ଏବେ ଭାଷଣ ଦେଉଥିବା ନରେନ୍ଦ୍ର ମୋଦି, ୬ମାସ ପରେ ଘରୁ ବାହାରି ପାରିବେନାହିଁ । ଭାରତର ଯୁବପୀଢୀ ତାଙ୍କୁ ବାଡିରେ ମାରିବେ ଏବଂ ବୁଝାଇ ଦେବେ ଯେ ରୋଜଗାର ବିନା ଦେଶ ଆଗକୁ ବଢି ପାରିବନାହିଁ ।
PM Modi in Lok Sabha: I heard a Congress leader say yesterday that youth will hit Modi with sticks in 6 months. I have decided that I will increase my frequency of 'Surya Namaskar' so that my back becomes so strong that it can bear the hit of so many sticks. pic.twitter.com/DvQ2HjXjvy
— ANI (@ANI) February 6, 2020