ମୟୂରଭଞ୍ଜରେ ବିଜେଡିର ବଡ଼ ବିଜୟ; ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ଜିତିଲା ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସାରା ରାଜ୍ୟରେ ବିଜେଡି ବିରୋଧୀଙ୍କୁ ମାତ ଦେଇ ଆଗକୁ ଯାଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ ହୋଇଛି। ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକିନା ମୟୂରଭଞ୍ଚରେ ଏଥର ବିଜେପି ବାଜି ମାରିବ ବୋଲି କଳ୍ପନାଜଳ୍ପନା ଚାଲିଥିଲା । ହେଲେ ବିଜେପିର ପ୍ରଦର୍ଶନ ଏଥର ବହୁତ ଖରାପ ରହିଛି ।

ତେବେ ବିଜେଡି ପକ୍ଷରୁ ଉଦଳାରୁ ଇଂ ସୁଶାନ୍ତି ସିଂ, କପ୍ତିପଦାରୁ ସୀରୁ ସୋରେନ, କରଞ୍ଜିୟାରୁ ବୀଣାପାଣି ନାଏକ, କୁଳିଅଣାରୁ ଦୂର୍ଗା ମାର୍ଣ୍ଡି, କୁସୁମୀରୁ ପୁତୁଲ ହାଇବୁରୁ, ଖୁଣ୍ଟାରୁ ହୃଦାନନ୍ଦ ମୁର୍ମୁ, ଗୋପବନ୍ଧୁନଗରରୁ ଉର୍ମିଳା ଲେଙ୍କା, ଜାମଦାରୁ ବାବୁଲୁ ଟୁଡ଼ୁ, ଠାକୁରମୁଣ୍ଡାରୁ ପୂର୍ଣ୍ଣିମା ବାଗସିଂ, ତିରିଂରୁ ପ୍ରକାଶ ଚନ୍ଦ୍ର ମୁଣ୍ଡା, ବଡ଼ସାହିରୁ ଦଶରଥ ସିଂ, ବହଳଦାରୁ ଭଗବତୀ ମିଶ୍ର, ବାଙ୍ଗିରିପୋଷିରୁ ପାର୍ବତୀ ସିଂ, ବାରିପଦାରୁ ସତ୍ୟଭାମା ମହାନ୍ତ, ବିଜାତଳାରୁ ପାର୍ବତି ଟୁଡ଼ୁ, ବିଶୋଇରୁ ଶୀତଲ କିସ୍କୁ, ବେତନଟୀରୁ ବିଶ୍ୱନାଥ ହେମ୍ବ୍ରମ, ମୋରଡ଼ାରୁ ଅଭିରାମ ଭୋଇ, ଯଶିପୁରରୁ ମିନତି ନାଏକ, ରୁରୁଆଁରୁ ବଦନୀ ମୁଦି, ରାଇରଙ୍ଗପୁରରୁ ଶଚିଦାନନ୍ଦ ମହାନ୍ତ, ରାସଗୋବିନ୍ଦପୁରରୁ ଦଶରଥ ରାମ, ଶ୍ୟାମାଖୁଣ୍ଟାରୁ ମଧୁସୂଦନ ସିଂ, ଶୁକ୍ରୁଳିରୁ ପରମେଶ୍ୱର ନାଏକ, ଶୁଳିଆପଦାରୁ ମୀରାଲତା ସିଂ, ସାରସକଣାରୁ ମାନୀ ମାହାଲି ବିଜୟ ଲାଭ କରିଛନ୍ତି ।

Related Posts