ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୫ଟି ଜିଲ୍ଲା ପରିଷଦ ଆସନରେ ବାଜି ମାରିଛି ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏଥର ଶାସକ ବିଜେଡି ବାଜି ମାରୁଥିବାର ଦେଖିବାକୁ ମିଳିଛି । ତେବେ ଝାରସୁଗୁଡା ଜିଲ୍ଲାର ୫ଟି ବ୍ଳକର ୫ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେପଟେ ବିଜେଡିର ଝାରସୁଗୁଡ଼ା ଜୋନ୧ରେ ଝରଣା ସାଗର ୧୧୪୯୬ ଭୋଟ ପାଇ ଜିତିଛନ୍ତି ।

ସେହିପରି ଲଇକେରା ଜୋନ ୧ରେ ବିଜେଡି ପ୍ରାର୍ଥୀ ୪୩୧୯ ଭୋଟ ରେ ବିଜୟୀ, କୋଲାବିରା ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୬୭୨୩ ଭୋଟ ରେ ବିଜୟୀ, ଲଖନପୁର ଜୋନ ୧ ରେ ବିଜେଡ଼ି ପ୍ରାର୍ଥୀ ୧୩୪୪୫ ଭୋଟ ରେ ବିଜୟୀ, କିରମୀରା ଜିଲ୍ଲା ପରିଷଦରେ ବିଜେଡି ପ୍ରାର୍ଥୀ ୭୧୨୫ ଭୋଟ ରେ ବିଜୟୀ ହୋଇଛନ୍ତି ।

Related Posts