ଅସ୍ତ୍ରୋପଚାର ବେଳେ ରୋଗୀର ପରିସ୍ରାନଳୀ କାଟିଦେଲେ ଡାକ୍ତର !

ସତ୍ୟପାଠ ବ୍ୟୁରୋ : ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଯାଇଥିଲେ । ହେଲେ ଡାକ୍ତର କାଟିଦେଲେ ପରିସ୍ରାନଳୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଡାକ୍ତରଖାନାରେ । ଯାହାକୁ ନେଇ ବେଶ କିଛି ସମୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଖଣ୍ଡପଡାର ଜଣେ ମହିଳା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଦଶପଲା ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ଅସ୍ତ୍ରୋପଚାର କରୁଥିବା ଡାକ୍ତର ନବଦାସ ଅସ୍ତ୍ରୋପଚାର ସମୟରେ ସଂପୃକ୍ତା ମହିଳାଙ୍କ ପରିସ୍ରା ନଳୀ କାଟି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଅସ୍ତ୍ରୋପଚାର ପରେ ସମସ୍ୟା ଅଛି କହି ମହିଳାଙ୍କୁ ୧୦ ଦିନ ଡାକ୍ତରଖାନାରେ ରହିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ମହିଳାଙ୍କ ସ୍ୱାସ୍ଥାବସ୍ଥା ବିଗିଡିବା ପରେ ଏ ଘଟଣା ଜଣାପଡିଥିଲା ।

ଏହାକୁ ନେଇ ଡାକ୍ତରଖାନା ପରିସରରେ ସୃଷ୍ଟି ହୋଇଥିଲା ଉତ୍ତେଜନା । କ୍ଷତିପୁରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ପରିବାରଲୋକଙ୍କ ସହ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ ।

Related Posts