ଜମି ମାଡ଼ିବସିଛନ୍ତି ମହାରାଥୀ: ବିଜେପି

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହାରଥୀ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ଗୋଚର ଓ ଅନାବଦି ଜମି ହଡ଼ପ କରିଥିବା ଅଭିଯୋଗ କରିଛି ବିଜେପି ।

ପିପିଲିର ହୁଙ୍କେଇପୁର ଫାର୍ମ ହାଉସ ମଧ୍ୟରେ ପ୍ରାୟ ୧୦୦ ଏକର ସରକାରୀ ଜମି ଜବରଦଖଲ କରି ରଖିଛନ୍ତି ମହାରଥୀ। ଏପରିକି ପୋଡ଼ାଗୁଣ୍ଡ ଓ ପାଣିଦୋଳ ମୌଜାରେ ବି ସରକାରୀ ଜମି ହଡ଼ପ କରିଥିବା ଦସ୍ତାବିଜ ଦେଖାଇଛି ବିଜେପି । ଏନେଇ ବିଜେପି ପକ୍ଷରୁ ଖାତା ନମ୍ବର ମଧ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରାଯାଇଛି । ଏହି ଘଟଣାରେ ପୂର୍ବରୁ ମହାରଥୀଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ୨୦୧୫ରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହାର ଶୁଣାଣି କରି କୋର୍ଟ ୨୦୧୬ରେ ଯୁଧିଷ୍ଠିରଙ୍କୁ ଜିଲ୍ଲାପାଳଙ୍କ ନିକଟକୁ ଯିବାକୁ କହିଥିଲେ । କିନ୍ତୁ ଯୁଧିଷ୍ଠିର ଜିଲ୍ଲାପାଳଙ୍କ ପାଖକୁ ନଯାଇ ମହାରଥୀଙ୍କ ସହ ବୁଝାମଣା କରିଥିବା ବିଜେପି ଅଭିଯୋଗ କରିଛି ।

ଏପରିକି ଯୁଧିଷ୍ଠିର ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ୫୬ ଏକର ଜମି ହଡ଼ପ କରି ପଟ୍ଟା କରାଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ହେବ ବୋଲି କହିଛି ବିଜେପି । ଶିଉଳା, ଏକଚାଳିଆ ଓ ନିଜିଗଡରେ ଏହି ଜମି ହଡ଼ପ କରିଥିବା ନେଇ ବିଜେପି ଗଣମାଧ୍ୟମ ଆଗରେ ଦସ୍ତାବିଜ ରଖିଛି ।

Related Posts