
(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି । କାଲି ସଂଧ୍ୟା 5ଟା ପୂର୍ବରୁ ହେବ ଫ୍ଲୋର ଟେଷ୍ଟ । ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଭୋଟିଂ ବେଳର ହେବ ଲାଇଭ୍ ଟେଲିକାଷ୍ଟ ସହ ଭିଡିଓ ରେକଡିଂ ବି ହେବ । ଏହା ପୂର୍ବରୁ ପ୍ରଥମେ କାମଚଳା ବାଚସ୍ପତି ନିଯୁକ୍ତ କରିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବୁଧବାର ଅପରାହ୍ନ ୫ଟା ସୁଦ୍ଧା ବିଧାୟକମାନଙ୍କର ଶପଥ ଗ୍ରହଣ ସମାପ୍ତ କର । ବିଧାୟକଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ଓପନ୍ ବାଲଟରେ ଆସ୍ଥା ଭୋଟ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏବଂ ଅସ୍ଥାୟୀ ବାଚସ୍ପତି ଏହି ଆସ୍ଥା ଭୋଟ ପରିଚାଳନା କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶରଦ ପାୱାର-ଉଦ୍ଧବ ଠାକରେଙ୍କୁ ଚକମା ଦେଇ ବିଜେପି ସରକାର ଗଠନ କରିଥିଲା । ବିନା ସଂଖ୍ୟାଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସୁପ୍ରିମ କୋର୍ଟକୁ ଯାଇଥିଲେ । ବିଜେପି ନିକଟରେ ବହୁମତ ନଥିବା ସତ୍ତ୍ବେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ସାମ୍ବିଧାନିକ କ୍ଷମତାର ଅପବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରାଇଛନ୍ତି । ତେଣୁ ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ସୁପ୍ରମି କୋର୍ଟରେ ଦାବି କରିଥିଲେ ଏନ୍ସିପି-ଶିବସେନା ଏବଂ କଂଗ୍ରେସ ।
ସୁପ୍ରିମ ରାୟ ପରେ…
ମହାରାଷ୍ଟ୍ରରେ ରାଜନୈତିକ ବିବାଦକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ ରାଜନେତାଙ୍କ ପ୍ରତିକ୍ରିୟା । ଟ୍ବିଟରରେ ଏନ୍ସିପି ମୁଖପାତ୍ର ନବାବ ମଲିକ ଲେଖିଛନ୍ତି ଦେଶର ଚାଣକ୍ୟ କିଏ ? ଶରଦ ପାୱାର…ଶରଦ ପାୱାର । ଶିବସେନା ମୁଖପାତ୍ର ଲେଖିଛନ୍ତି ସଜୟ ରାଉତ ଲେଖିଛନ୍ତି ସତ୍ୟମେବ ଜୟତେ, ସତ୍ୟ ହଇରାଣ ହୋଇପାରେ କିନ୍ତୁ ପରାଜିତ ହୋଇପାରିବ ନାହିଁ । ସେହିଭଳି କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ କହିଛନ୍ତି ସମ୍ବିଧାନ ଦିବସରେ ସମ୍ବିଧାନ ସହ ଜଡ଼ିତ ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝି ସୁପ୍ରିମ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ସ୍ବାଗତ ଯୋଗ୍ୟ । ବିଜେପିର କ୍ଷମତା ଲୋଭ କାଲି ଭିତରେ ଶେଷ ହୋଇଯିବ । ମହାରାଷ୍ଟ୍ରର ଅବୈଦ୍ଧ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଇସ୍ତଫା ଦେବାକୁ ହେବ ବୋଲି ଟ୍ବିଟ୍ କରିଛନ୍ତି ପୃଥ୍ବୀରାଜ ।
I am grateful to Hon’ble SC for upholding democratic values and constitutional principles. It’s heartening that the Maharashtra Verdict came on the #ConstitutionDay, a Tribute to Bharatratna Dr. Babasaheb Ambedkar!
— Sharad Pawar (@PawarSpeaks) November 26, 2019
देश का चाणक्य कौन?
शरद पवार…. शरद पवार ..…#MahaPoliticalTwist
@PawarSpeaks @rautsanjay61 @NCPspeaks @ShivSena @INCIndia— Nawab Malik نواب ملک नवाब मलिक (@nawabmalikncp) November 26, 2019
सत्य परेशान हो सकता है..
पराजित नही हो सकता…
जय हिंद!!— Sanjay Raut (@rautsanjay61) November 26, 2019
We all welcome the interim order by Hon SC. On this Constitution Day the SC has rightly upheld the democratic spirit enshrined in the Constitution. I am sure BJP’s desperation & lust of power will come to an end by tomorrow. The illegitimate CM @Dev_Fadnavis must resign.
— Prithviraj Chavan (@prithvrj) November 26, 2019
On constitution day this is the best gift for the people of Maharashtra. Democratic and Constitutional values take precedence over politics. May the truth prevail. Jai Hind ! Jai Maharashtra! #WeAre162
— Supriya Sule (@supriya_sule) November 26, 2019