କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତି କଲା ବିଜେପି

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାରତୀୟ ଜନତା ପାର୍ଟି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ସହିତ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଆନ୍ନାମଲାଇଙ୍କୁ ଉପପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି।

ଏନେଇ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଟ୍ୱିଟ୍‌ରେ ଦଳ ଜାରି କରିଥିବା ସୂଚନା ପତ୍ରରେ ଲେଖାଯାଇଛି “କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ଆସୁଥିବାରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇଙ୍କୁ ଉପପ୍ରଭାରୀ ନିଯୁକ୍ତ କରିଛନ୍ତି।”

ସୂଚନା ଥାଉକି, ଆଗାମୀ ୨୦୨୪ ନିର୍ବାଚନ ବିଜେପି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆଗୁଆ ରାଜ୍ୟଗୁଡ଼ିକୁ ଆୟତ କରିବା ବିଜେପି ରଣନୀତ ଆରମ୍ଭ କରିଦେଇଛି। ବିଭିନ୍ନ ରାଜ୍ୟରେ ନିଜ ଦଳର ଟାଣୁଆ ନେତାଙ୍କୁ ନିଯୁକ୍ତ କରୁଛି। ତଳିତ ବର୍ଷ ଏପ୍ରିଲ-ମେ ମାସ ମଧ୍ୟରେ କର୍ଣ୍ଣାଟକ ନିର୍ବାଚନ ହେବାର ଅଛି। ହାତରେ ଆଉ ମାତ୍ର ୩ ମସରୁ ବି କମ୍ ସମୟ ଥିବାରୁ ବିଜେପି ଏବେଟୁ ବଳ କସିବା ଆରମ୍ଭ କରିଦେଇଛି। ଏଭଳି ସ୍ଥିତିରେ ଦଳ ଧର୍ମେନ୍ଦ୍ର ଙ୍କୁ କର୍ଣ୍ଣାଟକର ଗୁରୁ ଦାୟିତ୍ୱ ଦେଇଛି ଦଳ। ତେବେ ପୂର୍ବରୁ ଦଳ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନରେ ଧର୍ମେନ୍ଦ୍ର ଦଳକୁ ସଫଳତା ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ନିଯୁକ୍ତ କରିଥିଲା ଓ ଦଳ ଏହି ନିର୍ବାଚନରେ ବିପୁଳ ବିଜୟ ସହ ସରକାରକୁ ମଧ୍ୟ ଫେରିଥିଲା। ଏହାପରେ ଦଳ ତାଙ୍କୁ ପୁଣି କର୍ଣ୍ଣାଟକ ଦାୟିତ୍ବ ଦେଇଛି।

ସେପଟେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ। ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ମାଗଣା ଘୋଷଣା କରିବା ସହ ପଦଯାତ୍ରା ମଧ୍ୟ ଆରମ୍ଭ କରିଦେଇଛି। କଂଗ୍ରେସ ଅଧ୍ୟକ ଡି.କେ ଶିବକୁମାର ଓ ବରିଷ୍ଠ ନେତା ଶିଦ୍ଧରମୟା ମିଶି ଶୁକ୍ରବାର ଠାରୁ ପ୍ରଜା ଯାତ୍ରା ଆରମ୍ଭ କରିଛନ୍ତି।

Related Posts