ଉପରକୁ ନବୀନ: ଭିତରେ ବିଜେଡି-ବିଜେପି ମେଣ୍ଟ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ। ଉଭୟ ବିଜେଡି ଓ ବିଜେପି ଓଡିଶା ଲୋକଙ୍କୁ ଧୋକା ଦେଉଛନ୍ତି। ଓଡ଼ିଶା ଲୋକ ନବୀନଙ୍କୁ ଭୋଟ ଦେଇଥିବା ବେଳେ ରାଜ୍ୟରେ କିନ୍ତୁ ବିଜେଡି-ବିଜେପି ମେଣ୍ଟ ଶାସନ କରୁଥିବା କହିଛନ୍ତି ଦିଗବିଜୟ । ସଂସଦରେ CAA ଓ NRCକୁ ସମର୍ଥନ କରି ବିଜେପି ସହ ହାତ ମିଳାଇଥିବା ବେଳେ ରାଜ୍ୟରେ NRCକୁ ବିରୋଧ କରୁଛି ବିଜେଡି । ପୂର୍ବରୁ କାଳିଆ ଯୋଜନାକୁ ବିଜେପି ବିରୋଧ କରୁଥିବା ବେଳେ ଏବେ ‘କାଳିଆ’ର ନାଁ ବି ନେଉନି । ସେହିଭଳି ଉଜ୍ଜଳା ଯୋଜନାକୁ ପୂର୍ବରୁ ବିଫଳ ଯୋଜନା ବୋଲି ବିଜେଡି କହୁଥିଲା କିନ୍ତୁ ଯେତେବେଳେ CAG ରିପୋର୍ଟ ଉଜ୍ଜଳା ଘୋଟାଲାର ପର୍ଦ୍ଦାଫାସ କରିଛି ସେତେ ବେଳେ ଉଜ୍ଜଳା କଥା ବିଜେଡି ଭୁଲିଯାଇଛି । ଏହା ଦର୍ଶାଉଛି ରାଜ୍ୟରେ କିଭଳି ବିଜେଡି-ବିଜେପି ମେଣ୍ଟ ସରକାର ଚାଲଛି ।

Related Posts