ସତ୍ୟଙ୍କ ପରେ ଦିଗବିଜୟ ଦୋହରାଇଲେ ନବୀନ-ପାଣ୍ଡିଆନ ରାଜ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟ ରାଜନୀତିରେ ନେତା ନୁହେଁ ବରଂ ଅଫିସରଙ୍କ ରାଜ ଚାଲିଛି । ଓଡ଼ିଶାରେ ନବୀନ ବାବୁ କିଭଳି ପାଣ୍ଡିଆନଙ୍କୁ ଶକ୍ତିଶାଳୀ କରିଛନ୍ତି ତାହା ପୂର୍ବରୁ ବାରମ୍ବାର ଓଡ଼ିଶାବାସୀଙ୍କ ଆଗରେ କହିଥିଲେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । ଏବେ ସତ୍ୟଙ୍କ ପରେ ପୁଣି ସେହି କଥାକୁ ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ।

ଦିଗବିଜୟ କହିଛନ୍ତି ଦିଲ୍ଲୀରେ ସଂସଦରେ ଭେଟ ହେବା ବେଳେ ଓଡ଼ିଶାର ଏକାଧିକ ସାଂସଦମାନେ ମୋତେ କହିଛନ୍ତି ଯେ ଓଡ଼ିଶାରେ ପାଣ୍ଡିଆନ ସର୍ବଶକ୍ତିମାନ । ପ୍ରକୃତରେ ଜଣେ ବ୍ୟୁରୋକ୍ରାଟ ଏତେ ଶକ୍ତିଶାଳୀ ହୋଇପାରେ ଏହାକୁ ମୁଁ କେବେ ବିସ୍ବାସ କରିପାରୁନି । ନବୀନ ବାବୁ ପାଣ୍ଡିଆନଙ୍କୁ 5-ଟି ସଚିବ କରି ପୁରା ସରକାରୀ କଳକୁ ତାଙ୍କ ଅଧିନଙ୍କୁ ଆଣିଛନ୍ତି । ଏବେ ପାଣ୍ଡିଆନ ପ୍ରାୟତଃ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଭାର ସମ୍ଭାଳୁଥିବାରୁ ବହୁ ଲୋକ ଯିଏ ବିଜେଡିକୁ ସମର୍ଥନ କରୁଥିଲେ ଏବଂ ଦଳ ସହ ଥିଲେ ସେମାନେ ବିଜେଡିରୁ ଅଲଗା ହେଲେଣି ବୋଲି କହିଛନ୍ତି ଦିଗବିଜୟ ।

Related Posts