ବିଜେପି ପ୍ରାର୍ଥୀ ଅଦିତି ସିଂହଙ୍କ ସ୍ୱାମୀଙ୍କ ଅଡ଼ୁଆ ବଢ଼ିଲା; ନିର୍ବାଚନ ଆୟୋଗ ପଠାଇଲା ନୋଟିସ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରିକି ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବାରେ ଲାଗିଛନ୍ତି । ହେଲେ ସ୍ତ୍ରୀ ବିଜେପିର ପ୍ରାର୍ଥୀ ହୋଇଥିବାରୁ ସ୍ୱାମୀଙ୍କୁ କଂଗ୍ରେସ ଟିକେଟ ନଦେବା ଘଟଣା ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ରାଏ ବରେଲି ସଦର ଆସନରୁ ବିଜେପି ପ୍ରାର୍ଥୀ ଆଦିତି ସିଂଙ୍କ ସ୍ୱାମୀ ଅଙ୍ଗଦ ସିଂଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ କଂଗ୍ରେସ ତାଙ୍କ ଟିକେଟ୍ କାଟି ଥିବାବେଳେ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଟାର୍ଗେଟରେ ଅଛନ୍ତି ଅଙ୍ଗଦ ସିଂ। ନୱାସହର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ନଦେବା ପରେ ଅଙ୍ଗଦ ସିଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଙ୍ଗଦ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସେ ଆଦର୍ଶ ନିର୍ବାଚନକୁ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଛି ।

ଅନୁମତି ଅପେକ୍ଷା ସେ ଅଧିକ ସମର୍ଥକଙ୍କୁ ନେଇ ତାଙ୍କ ନାମାଙ୍କନ ପୂରଣ କରିବାକୁ ଆସିଥିଲେ । ସେହି ସମୟରେ ତାଙ୍କ ସହିତ ବହୁ ସଂଖ୍ୟକ ସମର୍ଥକ ଥିଲେ । ଏହି ରିପୋର୍ଟକୁ ଅନୁଧ୍ୟାନ କରି ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ -କମ୍-ରିଟର୍ନିଂ ଅଫିସର ଡକ୍ଟର ବାଲଜିନ୍ଦର ସିଂ ଡିଲୋ ତାଙ୍କୁ ଏକ ନୋଟିସ ଜାରି କରିଛନ୍ତି। ରିଟର୍ଣ୍ଣିଂ ଅଫିସର କହିଛନ୍ତି ଯେ ଏହା ହେଉଛି ମଡେଲ ନିର୍ବାଚନ ସଂକେତ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶର ସ୍ପଷ୍ଟ ଉଲ୍ଲଂଘନ। ଅଙ୍ଗଦ ସିଂଙ୍କ କନଭେନରେ ଯାନବାହନ ସଂଖ୍ୟା ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ବୋଲି ଜଣାପଡିଛି। ଏହି ବିଜ୍ଞପ୍ତିରେ ଅଙ୍ଗଦ ସିଂଙ୍କ କନଭେନର ସମ୍ପୂର୍ଣ୍ଣ ବିବରଣୀ ଖୋଜାଯାଇଛି ବୋଲି ସୂଚନା ମିଳିଛି । ଏଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଅଦିତି ସିଂହଙ୍କ ସ୍ୱାମୀ ଅଙ୍ଗଦ ସିଂହ ଚର୍ଚ୍ଚାରେ ରହିଛନ୍ତି ।

Related Posts