ବିଜେପି MP ଓ MLAଙ୍କ ନାଁରେ ଅଧିକ ମହିଳା ଅପରାଧ ମାମଲା

(ସତ୍ୟପାଠ ବ୍ୟୁରୋ) ବିଜେପି ମୁଖା ଖୋଲିଲା (ADR) ରିପୋର୍ଟ । ମହିଳାଙ୍କ ବିରୋଧରେ ଅପରାଧ ଘଟାଇବାରେ ସବୁଠୁ ଆଗରେ ଅଛନ୍ତି ବିଜେପିର ସାଂସଦ ଏବଂ ବିଧାୟକ । ମହାରାଷ୍ଟ୍ରରେ ସର୍ବାଧିକ 12 ଜଣ ଲୋକ ପ୍ରତିନିଧିଙ୍କ ନାଁରେ ରହିଛି ମହିଳାଙ୍କ ପ୍ରତି ଅପରାଧ ଘଟାଇବା ମାମଲା । ଏହା ପଛକୁ ଅଛି ପଶ୍ଚିମବଙ୍ଗ, ଦିଦିଙ୍କ ଗଡ଼ରେ ମୋଟ 11 ଜଣ ନେତାଙ୍କ ନାଁରେ ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ଥିବା ବେଳେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ 5 ଜଣ ଲେଖାଏଁ ନେତାଙ୍କ ନାଁରେ ରହିଛି ଏଭଳି ମାମଲା ।

ଗତ 5 ବର୍ଷ ମଧ୍ୟରେ ଦୁଷ୍କର୍ମ ମାମଲା ଥିବା 26 ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛନ୍ତି ରାଜନୈତିକ ଦଳ

ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ଥିବା ମୋଟ 327 ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଛି

ଏହି ତାଲିକାର ପ୍ରଥମ ସ୍ଥାନରେ ଅଛି ବିଜେପି

ଦ୍ବିତୀୟରେ ବହୁଜନ ସମାଜବାଦୀ ପାର୍ଟି

ତୃତୀୟ ସ୍ଥାନରେ ରହିଛି ତୃଣମୂଳ କଂଗ୍ରେସ

କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସର୍ବାଧିକ ବିଧାୟକ ଏବଂ ସାଂସଦଙ୍କ ନାଁରେ ମହିଳାଙ୍କ ବିରୋଧରେ ଅପରାଧ ଘଟାଇବା ମାମଲା ରହିଛି । ଅନ୍ୟ ଦଳଗୁଡ଼ିକ ଅପେକ୍ଷା ବିଜେପିରେ ଏହି ସଂଖ୍ୟା ଅଧିକ ରହିଛି । ଆସୋସିଏସନ ଫର ଡେମୋକ୍ରେଟିକ୍‌ ରିଫର୍ମ୍‌ସ (ADR) ପକ୍ଷରୁ ଜାରି ହୋଇଥିବା ତାଲିକାରୁ ଏଭଳି ଏଭଳି ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନର ସାଂସଦ ଏବଂ ବିଧାୟକଙ୍କ 4896ଟି ନିର୍ବାଚନୀ ସତ୍ୟାପାଠ ମଧ୍ୟରୁ 4,845 ଟି ସତ୍ୟପାଠକୁ ବିଶ୍ଳେଷଣ କରି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରିଛି । ଏଥିରେ 776ଟି ସାଂସଦଙ୍କ ସତ୍ୟପାଠ ମଧ୍ୟରୁ 768 ଏବଂ ସବୁ ରାଜ୍ୟର 4,077ଟି ବିଧାୟକଙ୍କ ସତ୍ୟପାଠ ସାମିଲ ଅଛି ।

(ADR) ରିପୋର୍ଟରେ 1,580 (33%) ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ସତ୍ୟାପାଠରେ ଦେଇଥିବା ତଥ୍ୟକୁ ବିଶ୍ଳେଷଣ କରାଯାଇଛି । ସେମାନଙ୍କ ମଧ୍ୟରୁ 48 ଜଣଙ୍କ ନାଁରେ ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ରହିଛି । ସବୁ ଦଳ ଅପେକ୍ଷା ବିଜେପିରେ ସର୍ବାଧିକ 12 ଜଣ ଥିବା ବେଳେ ଏହା ପଛକୁ 7 ଶିବସେନା ଓ 6 ଜଣ ସାଂସଦ ତୃଣମୂଳ କଂଗ୍ରେସର ରହିଛନ୍ତି । ଏହି 48 ଜଣ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ 45 ଜଣ ବିଧାୟକ ଓ 3 ଜଣ ସାଂସଦ ରହିଛନ୍ତି। 

(ADR) ରିପୋର୍ଟ କହୁଛି ମହାରାଷ୍ଟ୍ରରେ ସର୍ବାଧିକ 12 ଜଣ ସାଂସଦ ଓ ବିଧାୟକଙ୍କ ନାଁରେ ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ରହିଛି । ଏହା ପଛକୁ ଅଛି ପଶ୍ଚିମବଙ୍ଗ । ଦିଦିଙ୍କ ରାଜ୍ୟରେ 11 ଜଣ ଏବଂ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ 5 ଜଣ ଲେଖାଏ ଲୋକ ପ୍ରତିନିଧିଙ୍କ ବିରୋଧରେ ରହିଛି ଏଭଳି ଆପରାଧିକ ମାମଲା

ଗତ 5 ବର୍ଷ ମଧ୍ୟରେ ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ଥିବା ମୋଟ 327 ପ୍ରାର୍ଥୀଙ୍କୁ ଟିକେଟ୍‌ ସମସ୍ତ ରାଜନୈତିକ ଦଳ ଟିକେଟ୍‌ ଦେଇଛନ୍ତି । ସେମଧ୍ୟରୁ ବିଜେପି ସର୍ବାଧିକ 47 ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବା ବେଳେ BSP 35 ଜଣଙ୍କୁ, ଭାରତୀୟ ଜାତୀୟ କଂଗ୍ରେସ  24 ଜଣ ଏଭଳି ବ୍ୟକ୍ତିଙ୍କୁ ଟିକେଟ୍ ଦେଇଥିବା  ADR ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

Related Posts