ପି. ଚିଦମ୍ବରମ୍‌ଙ୍କୁ ଜାମିନ

INX ମିଡିଆ ସଂପର୍କିତ ED ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ୍‌ ମିଳିଲା ଜାମିନ । ଏବେ ଜେଲ୍‌ରୁ ବାହାରିବେ ଚିଦମ୍ବର । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମ୍‌ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାଇ ପାରିବେନି ଚିଦମ୍ବରମ୍‌ । ଏହା ସହ ଜେଲରୁ ବାହାରିବା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା କିମ୍ବା ସାକ୍ଷାତକାର ନଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ନେଣଦେଣ ଅଭିଯୋଗରେ ଚିଦମ୍ବରମଙ୍କୁ ସେପ୍ଟେମ୍ବର 5ରେ ଗିରଫ କରିଥିଲା ଇଡି । ଗତ ବୁଧବାର ଏହି ମାମଲାକୁ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ । ସେତେବେଳେ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରକଙ୍କୁ ଗିରଫ କାରିବାକୁ ଚାହୁଁଥିବା କୋର୍ଟଙ୍କୁ କହିଥିଲା ଇଡି । କିନ୍ତୁ ପ୍ରୋଟେକ୍ସନ ଲାଗୁ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ପାରୁନଥିବା କୋର୍ଟଙ୍କୁ ଜଣାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ପି. ଚିଦମ୍ବରଙ୍କ ନାଁରେ ସିବିଆଇ କରିଥିବା ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଏବେ ଇଡି ମାମଲାରେ ଜାମିନ ପାଇବା ପରେ ଚିଦମ୍ବରମଙ୍କ ଜେଲ୍‌ରୁ ମୁକୁଳିବା ବାଟ ସଫା ହୋଇଛି ।

Related Posts