ପରଲୋକରେ ଅରୁଣ ଜେଟଲୀ

ସତ୍ୟପାଠ  ବ୍ୟୁରୋ : ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଜେଟଲୀ । ମାତ୍ର ୪ ଦିନ ତଳେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ଆଜି ଜେଟଲୀଙ୍କ ଦେହାନ୍ତ ସାରା ଦେଶରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।

ଗତ ୯ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିଥିଲେ ଅରୁଣ ଜେଟଲୀ । ତେଣୁ ଶୁକ୍ରବାର ସକାଳେ ତାଙ୍କୁ ଏମ୍ସରେ ଭର୍ତ୍ତୀ କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରୀ ରଖିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ତାଙ୍କୁ ବଂଚାଇବା ସମ୍ଭବ ହୋଇନି ।

ଶନିବାର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରମୁଖ ଏମ୍ସରେ ପହଂଚି ଜେଟଲୀଙ୍କ ସ୍ୱାସ୍ଥାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

୨୦୧୪ ସେପ୍ଟେମ୍ବରରେ ଓଜନ ହ୍ରାସ କରିବା ପାଇଁ ଜେଟଲୀ ମେକ୍ସ ହସପିଟାଲରେ ସର୍ଜରୀ କରାଇଥିଲେ । ଏହାପରେ ଗତବର୍ଷ ତାଙ୍କର କିଡନୀ ରୋଗ ବାହାରିଥିଲା । ଯେଉଁଥିପାଇଁ ୨୦୧୮ ମଇରେ ଏମ୍ସରେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ତେବେ ଏହାର କିଛି ମାସ ପରେ ତାଙ୍କର ସଫ୍ଟ ଟିସ୍ୟୁ କାନ୍ସର ହୋଇଥିବା କଥା ଜଣାପଡିଥିଲା ।

୨୮ ଡିସେମ୍ବର ୧୯୫୨ରେ ଜନ୍ମିତ ଜେଟଲୀ ୨୦୧୪ରୁ ୨୦୧୯ ଯାଏ ଭାରତ ସରକାରରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୯ରୁ ୨୦୧୪ ଯାଏ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଭାବେ ଜଣାଶୁଣା ଜେଟଲୀ ୧୯୯୧ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ ।

Related Posts