ଯାତ୍ରୀକା ପରିସର ଜବରଦଖଲ ଉଚ୍ଛେଦ

ସତ୍ୟପାଠ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ସୈାନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ଚାରି ପାଖରେ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରି ପାଶ୍ୱର୍ରେ ୭୫ମିଟର ଭିତରେ ଥିବା ସମସ୍ତ ଜବରଦଖଲ ଭଙ୍ଗା କାର୍ଯ୍ୟ ଜାରି କରାଯାଇଛି । ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଆଜି ଉଚ୍ଛେଦ କରାଯାଇଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଯାତ୍ରୀକା ନିବାସ ସ୍ଥାନରେ ବହୁତଳ ପାର୍କିଂ ସ୍ପେସ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ପୁଞ୍ଜି ଘୋଷଣା କରିଥିଲେ ।

Related Posts