ମମିତା ମିଷ୍ଟ୍ରି: ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଚାରିଆଡ଼େ ଗୋଟିଏ ଚର୍ଚ୍ଚା । ମହାଲିଙ୍ଗ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ଏବେ ହୁଲସ୍ତୁଲ ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି ବିରୋଧୀ ବିଜେପି । ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି କି ମନ୍ତ୍ରୀଙ୍କ ଇସ୍ତଫା ଦାବି । ତେବେ ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି କର୍ମୀ । ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ଟିମ୍ ଭେଟିଛନ୍ତି । ଲେଖାଶ୍ରୀ ସାମନ୍ତସିଂହାର, ମୋହନ ମାଝୀ, ବ୍ରହ୍ମଗିରି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts