ସର୍ବସମ୍ମୁଖରେ ପୁଲିସ୍‌କୁ ନାଲି ଆଖି ଦେଖାଇଲେ ବିଜେପି ନେତା: ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଛତନା ଗାଁରେ ବିଜେପି ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଛି | ଜଳ ସଙ୍କଟକୁ ନେଇ ନିଜ ସମର୍ଥକଙ୍କ ସହ ବିକ୍ଷୋଭ କରୁଥିବା ୨ ଜଣ ବିଜେପି ନେତା ସର୍ବସମ୍ମୁଖରେ ପୁଲିସ୍‌କୁ ଟାର୍ଗେଟ କରିଛନ୍ତି | ପୋଲିସ ଅଧିକାରୀଙ୍କୁ ନାଲି ଆଖି ଦେଖାଇବା ସହ ବିବାଦୀୟ ବୟାନ ଦେଇଛନ୍ତି | ବିଜେପି ନେତା ଜୀବନ ଚକ୍ରବର୍ତ୍ତୀ ଓ ଶ୍ୟାମ ପ୍ରସାଦ ପୁଲିସ୍‌ର ବର୍ଦ୍ଦି ଉତାରି ପ୍ରତିଶୋଧ ନେବେ ବୋଲି ଧମକ ଦେଇଛନ୍ତି।

ଏହି ଘଟଣାରେ ପୁଲିସ୍‌ ଜୀବନଙ୍କୁ ଗିରଫ କରିଛି। ସେ ସ୍ଥାନୀୟ ପୁଲିସ୍‌ ଅଫିସରଙ୍କୁ ଧମକ ଦେଇଥିଲେ। ଚକ୍ରବର୍ତ୍ତୀ ପୁଲିସ ଅଫିସରଙ୍କୁ ଟାର୍ଗେଟ କରି କହିଥିଲେ ଯେ “ମୁଁ ତୁମକୁ ଜେଲର ରନ୍ଧା ଖାଦ୍ୟ ଖୁଆଇବି। ମୁଁ ତୁମର ପୋଷାକ ଫାଡ଼ି ଦେବି। ମୁଁ ତୁମର ବର୍ଦ୍ଦି ଉତାରି ଦେବି। ତୁମେ କେବଳ କିଛି ଲୋକଙ୍କୁ ତୁମ ପାଖରେ ରଖିଛି। ଯେଉଁମାନେ ତୁମକୁ ସାର୍‌ ବୋଲି ଡାକୁଛନ୍ତି। କ’ଣ ତୁମେ ନିଜକୁ ରାଉଡି ବୋଲି ଭାବୁଛ?”

ଜଲପାଇଗୁଡ଼ର ଆଉ ଜଣେ ବିଜେପି ନେତା ଶ୍ୟାମ ପ୍ରସାଦ ପୁଲିସ ଓ ଶାସକ ଟିଏମସିକୁ ଧମକ ଦେଇଥିଲେ। ଶ୍ୟାମ ପ୍ରସାଦ କହିଛନ୍ତି ଯେ “ପ୍ରଥମେ ଶାସନ ବ୍ୟବସ୍ଥା ବଦଳିବ। ଏହାପରେ ଗୋଟିଏ ପରେ ଗୋଟିଏ ଘଟଣାର ପ୍ରତିଶୋଧ ନିଆଯିବ। ଭଲ ଭାବେ ଏହାକୁ ଶୁଣ।

ଆମେ ଏକଥା ଟିଏମସି ଓ ପୁଲିସ୍‌କୁ କହୁଛୁ। ତୁମେମାନେ ଆମକୁ ଯେତେ ନିର୍ଯାତନା ଦେବ, ପରବର୍ତ୍ତୀ ଅବସ୍ଥାରେ ସେତିକି ସହିବ। ତୁମେମାନେ ଯେମିତି ଆମ ପରିବାର ଲୋକଙ୍କୁ ଟାର୍ଗେଟ କରୁଛ, ଆମେ ମାନେ ମଧ୍ୟ ସବୁ ପୁଲିସ୍‌ ଅଧିକାରୀଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିବୁ। ଏହା ମୋର ପ୍ରତିଜ୍ଞା। ତେଣୁ ଡେରି ହେବା ପୂର୍ବରୁ ନିଜ ଆଭିମୁଖ୍ୟରେ ପରବର୍ତ୍ତନ ଆଣ ବୋଲି କହିଥିଲେ | ତେବେ ଏହି ଘଟଣା ଓ ନେତାଙ୍କ ଏପରି ବୟାନ କୁ ନେଇ ଅଂଚଳରେ ବେଶ ଚର୍ଚା ହୋଇଥିଲା |

Related Posts